ବରିଷ୍ଠ ନାଗରିକ ସଂଘର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଗୁରୁଡିଝାଟିଆ; ବରିଷ୍ଠ ନାଗରିକ ମଞ୍ଚ ନବେଢା ଆଠଗଡ(ଗୁରୁଡିଝାଟିଆ)ର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମଞ୍ଚର କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକଙ୍କ ଅଧ୍ୟକ୍ଷାରେ ଆୟୋଜିତ ବୈଠକରେ ସିଡିଏସ ବିପିନ ରାୱତ ଙ୍କ ଅକାଳ ବିୟୋଗସହିତ ଅନ୍ୟ ପଦାଧିକାରୀ ଏବଂ ମଞ୍ଚର ଦିବଂଗତ ସଦସ୍ୟଙ୍କ ପାଇଁ ୨ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ମଞ୍ଚର ସେବାକାର୍ଯ୍ୟ ,ପରିବେଶ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକଳାପ ସଂପର୍କରେ ବିଶଦ ଭାବରେ ଆଲୋଚନା କରାଯିବା ସହିତ ଆସନ୍ତାମାସରେ ହେବାକୁ ବାର୍ଷିକ ଉତ୍ସବ ସଂପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରାଯାଇଥିଲା।ମଞ୍ଚର ସାଧାରଣ ସଂପାଦକ ଶରତ କୁମାର ଖୁଣ୍ଟିଆ, କୋଷାଧ୍ୟକ୍ଷ ରବିନ କୁମାର ମହାରଣା, ବିପ୍ରଚରଣ ବେହେରା, ଉଦୟନାଥ ମହାନ୍ତି, ଶ୍ରଦ୍ଧାନନ୍ଦ ଧଳ, ନରେନ୍ଦ୍ର କୁମାର ସେଠୀ, ରମାକାନ୍ତ ନାୟକ ସହିତ ମଞ୍ଚର ବହୁ ସଦସ୍ୟ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Comments are closed.