ରାଧାନାଥ ବିଦ୍ୟାପୀଠର ପୁରାତନ ଛାତ୍ର ସଂଘ ଗଠିତ

ଗୁରୁଡିଝାଟିଆ: ଖୁଣ୍ଟୁଣୀସ୍ଥିତ ରାଧାନାଥ ନୋଡାଲ ବିଦ୍ୟାପୀଠର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଏକ ସଂଘ ଗଠିତ ହୋଇଛି।ବିଦ୍ୟାଳୟର ପ୍ରଧାନଶିକ୍ଷକ ସୌମେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୁରାତନ ବିଦ୍ୟାର୍ଥୀଙ୍କୁ ନେଇ ଏକ ସଂଘ ଗଠିତ ହୋଇଥିଲା। ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ ବିଦ୍ୟାଳୟକୁ ୫ଟି ଅଧିନରେ ରୂପାନ୍ତରିତ କରିବା ପାଇଁ ସରକାର ଚୟନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ,ସ୍ଥାନୀୟ ବିଧାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜ୍ଞାପନ କରାଯିବା ସହିତ ଏଭଳି ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ। ଉପସ୍ଥିତ ସଦସ୍ୟମାନେ ବିଦ୍ୟାଳୟ ଭିତ୍ତିଭୂମି ବିକାଶ, ସୌନ୍ଦର୍ଯ୍ୟକରଣ ଓ ଗୁଣାତ୍ମକ ଶିକ୍ଷା ଦିଗରେ ବ୍ୟାପକ ଭାବରେ ଆଲୋଚନା କରିଥିଲେ।

ନବଗଠିତ ପୁରାତନ ଛାତ୍ରସଂଘର ସଭାପତି ଭାବରେ ବିକ୍ରମାନନ୍ଦ ବସ୍ତିଆ, ସଂପାଦକ ଭାବରେ ଗତିକୃଷ୍ଣ ସାମନ୍ତରାୟ, ସହସଂପାଦକ ଆଲୋକ କୁମାର ସାହୁ, କୋଷାଧ୍ୟକ୍ଷ ଅଶୋକ କୁମାର ଦାସ ଚୟନ ହୋଇଥିବା ବେଳେ ସଦସ୍ୟଭାବରେ ନୃସିଂହ ଚରଣ ସାହୁ, ବ୍ରଜଭୂଷଣ ପାତ୍ର,ଅଣାକାର ପ୍ରଧାନ, ସେକ୍‍ ଜଲିଲ ମହମ୍ମଦ, ସୁଶାନ୍ତ କୁମାର ସାହୁ ଓ ରଞ୍ଜନ କୁମାର ବେହେରା ପ୍ରମୁଖ ଚୟନ ହୋଇଛନ୍ତି।

Comments are closed.