ଆଠଗଡ ବିକାଶ ମଞ୍ଚ ପକ୍ଷରୁ ରାହାଙ୍ଗୁଳରେ ଚପଲ ବଣ୍ଟନ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକୃଷ୍ଣପୁର ପଞ୍ଚାୟତର ରାହାଙ୍ଗୁଳ ବଙ୍ଗାଳି ସାହିରେ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଚପଲ ବଣ୍ଟନ କରାଯାଇଛି। ରାହାଙ୍ଗୁଳ ବଙ୍ଗାଳି ସାହିରେ ଥିବା ଝିଅ ଓ ମହିଳାମାନଙ୍କୁ ଆଠଗଡ ବିକାଶ ମଞ୍ଚର ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଆଜି ବଙ୍ଗାଳିସାହିକୁ ଯାଇ ଚପଲ ବଣ୍ଟନ କରିଥିଲେ। ଅନେକ ଝିଅ ଓ ମହିଳା ଚପଲ ଅଭାବରୁ ଅସୁବିଧାର ସମ୍ମୁଖିନ ହେଉଥିଲେ। ଏ ସଂପର୍କରେ ଅବଗତ ହୋଇ ମଞ୍ଚର ସଭାପତି ଶ୍ରୀ ବସ୍ତିଆ ଚପଲ ବଣ୍ଟନ କରିବା ସହିତ ସାହିରେ ବୁଲି ଜନସାଧାରଣଙ୍କ ସମାସ୍ୟା ସଂପର୍କରେ ଅବଗତ ହେବା ସହ ଆଗାମୀ ଦିନରେ ସହଯୋଗ ହାତ ବଢାଇବା ପାଇଁ କହିଥିଲେ।

Comments are closed.