ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ କୁମାରପୁର ଭୋଇସାହିରେ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି। ମଞ୍ଚର ସଭାପତି ସମାଜସେବୀ ମାନସ ବସ୍ତିଆ ଭୋଇସାହିର ଅଭାବୀ ମହିଳା ଓ ବରିଷ୍ଠ ନାଗରିକଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ। ଶୀତ ସମୟରେ ଅଧିକ ବାହାରେ ବୁଲାବୁଲି ନକରିବା ଓ ଶରୀର ପ୍ରତି ଯତ୍ନନେବା ନିମନ୍ତେ କହିବା ସହିତ କରୋନା ନିୟମକୁ ମାନି ଚଳିବା ନିମନ୍ତେ ବୁଝାଇଥିଲେ। ଓରନ୍ଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ମାଗୁଣୀ ଚରଣ ରାଉତ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.