ଗୋଟିଏ ଶ୍ରେଣୀ ପ୍ରକୋଷ୍ଠରେ ବସୁଛନ୍ତି ୮୨ ବିଦ୍ୟାର୍ଥୀ, ୬ଶିକ୍ଷକ ପଦବୀ ଖାଲି

ଗୁରୁଡିଝାଟିଆ: କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାର ଗତି ଦିନକୁ ଦିନ ନିମ୍ନଆଡକୁ ଗତିକରୁଛି। ଏଠାରେ ୬ଟି ଶିକ୍ଷକ ପଦବୀ ଖାଲିଥିବା ବେଳେ ସଂସ୍କୃତ ଶିକ୍ଷୟିତ୍ରୀ କିଛିମାସ ଧରି ଛୁଟିରେ ଯାଇଛନ୍ତି। ଆବଶ୍ୟକ ଶିକ୍ଷକ ନଥିବାରୁ ବିଦ୍ୟାର୍ଥୀମାନେ ଗୋଟିଏ ଗୋଟିଏ ଶ୍ରେଣୀରେ ୮୦ ରୁ ୯୦ ପର୍ଯ୍ୟନ୍ତ ବସି ପଢିବା ପାଇଁ ବାଧ୍ୟ ହେଉଛନ୍ତି।

 

ଏପରିକି ଗୋଟିଏ ବେଞ୍ଚରେ ୫ଜଣ ଲେଖାଏଁ ବିଦ୍ୟାର୍ଥୀ ବସୁଛନ୍ତି। ଶ୍ରେଣୀରେ ଶିକ୍ଷାଦାନ କଲାବେଳେ ପଛରେ ବସିଥିବା ବିଦ୍ୟାର୍ଥୀ ସଠିକ୍ ଭାବରେ ବୁଝିବା ମଧ୍ୟ ସମ୍ଭବ ହେଉନାହିଁ। ଏ ସବୁ ସତ୍ତ୍ବେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଷ୍ଠାପର ଶିକ୍ଷାଦାନ ପାଇଁ ବିଦ୍ୟାଳୟର ମାଟ୍ରିକ ଫଳାଫଳ ଉତ୍ସାହଜନକ ହେଉଛି। ରାଜ୍ୟ ଗଣଶିକ୍ଷା ବିଭାଗ ତୁରନ୍ତ ଆଠଗଡ ନିର୍ବାଚନ ମଣ୍ଡଳୀ ତଥା କଟକ ଶିକ୍ଷାଜିଲ୍ଲାରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଖଡି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି କରିବା ସହିତ ଏହାର ଉନ୍ନତି ଦିଗରେ ସ୍ୱତନ୍ତ୍ର ଦୃଷ୍ଟିଦେବା ନିମନ୍ତେ ଅଭିଭାବକ,ମୋସ୍କୁଲ ଅଭିଯାନର ସଦସ୍ୟ ଓ ବୁଦ୍ଧିଜୀବିମାନେ ଦାବି କରିଛନ୍ତି।

Comments are closed.