ଶିକ୍ଷା ସଚେତନତା କାର୍ଯ୍ୟକ୍ରମ

ଗୁରୁଡିଝାଟିଆ: କଖଡି ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ସିଆରସିସି ଶ୍ରୀଧର ସେନାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଅଷ୍ଟମ ଏବଂ ଦ୍ୱାଦଶ ଶ୍ରେଣୀ ଖାଲିବା ସହିତ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ସଂପର୍କରେ ବିଷଦ ଭାବରେ ଆଲୋଚନା କରାଯାଇଥିଲା। ପ୍ରଧାନ ଶିକ୍ଷକ ରଣଜିତ୍ କୁମାର ନାୟକ, କଖଡି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରଣଜିତ୍ କୁମାର ସ୍ୱାଇଁ, ଶିକ୍ଷକ ଶିବ ପ୍ରସାଦ ପତି, ସରପଞ୍ଚଙ୍କ ପ୍ରତିନିଧି ବେଣୁଧର ମହାନ୍ତି, ବିଦ୍ୟାଧରପୁର ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ କିଶୋର ବେହେରା, ତନୁଶ୍ରୀ ବେହେରା, କୈଳାସ ଚନ୍ଦ୍ର ଦାସ, ସୁପ୍ରିୟା ପ୍ରିୟଦର୍ଶିନୀ, ହେମନ୍ତ କୁୁମାର ସାହୁ, ପ୍ରଶାନ୍ତ କୁମାର ରାଉତ ପ୍ରଭୃତି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

 

Comments are closed.