୫୦ ବସ୍ତା କାଠକୋଇଲା ଜବତ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ୫୦ବସ୍ତା ଚୋରା କାଠକୋଇଲା ଜବତ କରାଯାଇଛି। ଟ୍ରେନ ଯୋଗେ ଭୂବନେଶ୍ୱରକୁ ଚୋରା ଚାଲାଣ ହେବାର ଖବର ପାଇ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ସିଂ ମାଥୁର ବିଶେଷ ସୂତ୍ରରୁ ଖବର ପାଇବା ପରେ ଆଜି ଅପରାହ୍ନରେ କଅଁସର, ଲୁଣିପଡିଆ, ଖଣ୍ଡୁଆଳି ଓ ଜଙ୍ଗଲ ପାର୍ଶ୍ବବର୍ତ୍ତି ଅଞ୍ଚଳରେ ଚଢାଉ କରି ୫୦ ବସ୍ତା ଚୋରା କାଠକୋଇଲା ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ।ଆସନ୍ତାକାଲି ଏହି କାଠ କୋଇଲା ଟ୍ରେନଯୋଗେ ଚାଲାଣ ପୂର୍ବରୁ ବନବିଭାଗ ଜବତ କରିଥିବାରୁ ଚୋରା କାଠ କୋଇଲା ମାଫିଆମାନେ ହତୋତ୍ସାହିତ ହୋଇପଡିଛନ୍ତି। ଏହି ଚଢାଉରେ ବନାଞ୍ଚଳ ଅଧିକାରୀ ମାଥୁରଙ୍କ ସହିତ ଡେପୁଟି ରେଞ୍ଜର ସ୍ୱତନ୍ତ୍ର ସ୍କ୍ୱାର୍ଡ ଶୁରେସ କୁମାର ଷଡଙ୍ଗୀ, ବନପାଳ ଦିବ୍ୟସିଂହ ପରିଡା ଓ ଖୁଣ୍ଟୁଣୀ ବନାଞ୍ଚଳର ସମସ୍ତ ବନକର୍ମଚାରୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

Comments are closed.