ପ୍ରଖ୍ୟାତ ସାହିିତ୍ୟିକା ମନୋରାମା ମହାପାତ୍ରଙ୍କ ବିୟୋଗରେ ଗୁରୁଡିଝାଟିଆ ଅଞ୍ଚଳରେ ଶୋକ ପ୍ରକାଶ

ଗୁରୁଡିଝାଟିଆ: ‘ସମାଜ’ର ପୂର୍ବତନ ସମ୍ପାଦିକା, ଓଡିଆ ସାହିତ୍ୟ, ସଂସ୍କୃତିର ପ୍ରଚାରକ, ଜଗନ୍ନାଥ ସଂସ୍କୃତି ଓ ଚେତନାର ପ୍ରମୁଖ ଉଦଘୋଷିକା ତଥା ପ୍ରଖ୍ୟାତ ସାହିତ୍ୟିକା ପ୍ରଫେସର ଡଃ ମନୋରାମା ମହାପାତ୍ର ଚିର ନିଦ୍ରାରେ ନିଜର ଲେଖନୀ ମାଧ୍ୟମରେ ନାରୀ ଜାତିର ଉତଥାନ ଏକ ପ୍ରଦୂଷଣ ବିହୀନ ସମାଜ ଗଠନ କ୍ଷେତ୍ରରେ ଯୁବ ସମାଜକୁ ଗଢିତୋଳିବା ପାଇଁ ବାର୍ତ୍ତା ପ୍ରଦାନ କରିଥିଲେ। ଧୁରୀଣ ଅଧ୍ୟାପିକା ଦରଦୀମାନବବାଦୀ ସମାଜସେବୀକା, ସମାଜ ସଂସ୍କାରିକା, ଉଜ୍ୱସ୍ୱିନୀ ବକ୍ତା, ସର୍ବୋପରି ଜଣେ ମହିୟସୀ ମହିଳା ଭାବରେ ବେଶ ପରିଚିତ ଥିଲେ। ସ୍ୱର୍ଗତା ମହାପାତ୍ରଙ୍କ ବିୟୋଗ ପାଇଁ ଗୁରୁଡିଝାଟିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

ଗୁରୁଡିଝାଟିଆ ଗୋପବନ୍ଧୁ ସାହିତ୍ୟ ସଂସଦର ସଭାପତି ଶିକ୍ଷାବିତ୍ ଅନିରୁଦ୍ଧ ନନ୍ଦ, ନବେଢା ବରିଷ୍ଠ ନାଗରିକ ମଞ୍ଚର କାର୍ଯ୍ୟକାରୀ ସଭାପତି ବିମ୍ବାଧର ନାୟକ, ଶିକ୍ଷକନେତା ପ୍ରତାପ କିଶୋର ମହାପାତ୍ର, ଶିକ୍ଷାବିତ୍ ରାଜକିଶୋର ଖଟୁଆ,ମଞ୍ଚେଶ୍ୱର ସରପଞ୍ଚ ପ୍ରିୟବ୍ରତ ସାହୁ,ସମିତିସଭ୍ୟ ଅଶୋକ କୁମାର ଖଟୁଆ, ଅବସରପ୍ରାପ୍ତ ସୈନିକ ଅଶୋକ କୁମାର ବେହେରା, ଶ୍ରମିକନେତା ସନ୍ତୋଷ ବେହେରା, ଧବଳେଶ୍ୱର ସେବା ସଂସ୍ଥା ସଭାପତି କିରଣ ବିହାରୀ ଖଟୁଆ, ବିଷ୍ଣୁଚରଣ ମହାରଣା, ପ୍ରମୋଦ କୁମାର ଧଳ, କଖଡି ଗ୍ରାମ୍ୟ କମିଟି ସଭାପତି ଦିଲ୍ଲିପ କୁମାର ଛତାର,ଆରତୀ କାରଖାନାର ପ୍ରବନ୍ଧକ ସରୋଜ କୁମାର ଜେନା, ଶରତ ନିଶାଙ୍କ, ପୂର୍ବତନ ସରପଞ୍ଚ ଭାଗିରଥି ସାହୁ, ପୂର୍ବତନ ସମିତିସଭ୍ୟ ନରେନ୍ଦ୍ର କୁମାର ସାହୁ, ଧର୍ଯ୍ୟଧର ମହାନ୍ତି,କଖଡି ସରପଞ୍ଚଙ୍କ ପ୍ରତିନିଧି ବେଣୁଧର ମହାନ୍ତି, ବାବା ବାେ’ଶ୍ୱର ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ସାହୁ, ଯୁବନେତା ନୃସିଂହ ଚରଣ ସାହୁ, କଖଡି ଇଚ୍ଛାପୁର ସାହି ତୈଳିକ ବୈଶ୍ୟ ସମାଜ ସମ୍ପାଦକ ସତ୍ୟପ୍ରକାଶ ସାହୁ, ସର୍ବଭାରତୀୟ ଟ୍ରକ ମାଲିକ ମହାସଂଘର ପୂର୍ବାଞ୍ଚଳ ଜୋନର ସଂପାଦକ ପ୍ରଶାନ୍ତ କୁମାର ପ୍ରଧାନ, ସାହିତ୍ୟିକ ଶୁରେସ ପ୍ରଧାନ, ଇଂ ଆଶୁତୋଷ କର, ରଶ୍ମୀରଞ୍ଜନ ସାହାଣୀ,ରଣଜିତ୍ ସାମନ୍ତରାୟ, ବିଚିତ୍ରାନନ୍ଦ ନାୟକ, ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ପ୍ରଦୀପ କୁମାର ବିଶ୍ୱାଳ, ଆଠଗଡ ବିକାଶ ପରିଷଦ ସଭାପତି ରାମନାରାୟଣ ମହାନ୍ତି, ଆଠଗଡ ବିକାଶ ମଞ୍ଚ ସଭାପତି ମାନସ ବସ୍ତିଆ, ଶ୍ରୀରାମ ବରିଷ୍ଠ ନାଗରିକ ସଂଘର କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପରିଡା, ଧବଳେଶ୍ୱର ପୂଜକ ରାମଚନ୍ଦ୍ର ପତ୍ରୀ, ଅଧ୍ୟାପକ ପ୍ରଦୀପ୍ତ କୁମାର ସାହୁ,ଖୁଣ୍ଟୁଣୀ ସ୍ଥିତ ରାଧାନାଥ ବିଜ୍ଞାନ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ ଶଶିଭୂଷଣ ମିଶ୍ର, ଅଧ୍ୟାପକ ଦିପ୍ତିରଞ୍ଜନ ବାରିକ, କଖଡି ମହାନଦୀ ମହାବିଦ୍ୟାଳୟ ଅଧ୍ୟକ୍ଷ ବିକାଶ କୁମାର ଖଟୁଆ, ଶିକ୍ଷାବିତ୍ ଫକୀର ଚରଣ ସୀତାରାମ ପ୍ରମୁଖ ସ୍ୱର୍ଗତା ମହାପାତ୍ରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ଭଗବାନ ଏହି ଦୁଃସମୟରେ ଅସୀମ ଶକ୍ତି ଦିଅନ୍ତୁ ବୋଲି ପ୍ରାର୍ଥନା କରିଥିଲେ।

Comments are closed.