ଭୂତକୋଠିରେ ପରିଣତ ହେବ କଖଡି ଉଠାଜଳସେଚନ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ

ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର କଖଡି ମହାବିଦ୍ୟାଳୟକୁ ଲାଗିକରିଥିବା ଉଠାଜଳସେଚନ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବେ ଭୂତକୋଠିରେ ପରିଣତ ହୋଇଛି। ଅନାବନା ଗଛ ଓ ବିଷଧର ସର୍ପଙ୍କ ବିଚରଣସ୍ଥଳ ଭାବରେ ଉଭା ହୋଇଛି। ଜନସାଧାରଣଙ୍କ ରାଜସ୍ୱରୁ ସଂଗୃହିତ ହୋଇଥିବା ଲକ୍ଷଲକ୍ଷ ଟଙ୍କା ବ୍ୟୟ କରି ରାଜ୍ୟ ସରକାର ନିର୍ମାଣ କରିଥିଲେ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ଦାୟିତ୍ୱହୀନତା ପାଇଁ କାର୍ଯ୍ୟାଳୟଟି ଏବେ ଜଙ୍ଗଲର ଭ୍ରମ ସୃଷ୍ଟି କରୁଛି।

 

ଏକଦା ନଦୀକୂଳ ୬ପଞ୍ଚାୟତ ସମୂହର ଜଳସେଚନର ବିକାଶ ଓ କୃଷିର ଉନ୍ନତି କ୍ଷେତ୍ରରେ ଗୁରୁତ୍ୱ ବହନ କରୁଥିବା ଏହି କାର୍ଯ୍ୟାଳୟର ଏପରି ଦୁରାବସ୍ଥା। ଜୈନିକ କନିଷ୍ଠ ଯନ୍ତ୍ରୀ ଓ ଉଠାଜଳସେନର ବିଭାଗର କର୍ମଚାରୀମାନେ କାମ କରୁଥିଲେ। ଏବେ କିନ୍ତୁ ସେ ଅବସ୍ଥା ନାହିଁ। ଯନ୍ତ୍ରୀ ଅନ୍ୟତ୍ର ବଦଳିହୋଇଯିବା ପରେ ଏଠାରେ ବିପର୍ଯ୍ୟୟ ଓ ଦୁରାବସ୍ଥା ସୃଷ୍ଟି ହୋଇଥିଲା। ଯଦିଓ ରାଜ୍ୟ ର ଅନ୍ୟପ୍ରାନ୍ତରେ ଉଠା ଜଳସେଚନ ବିଭାଗର ଯନ୍ତ୍ରୀମାନେ କାର୍ଯ୍ୟ କରୁଛନ୍ତି ଏବଂ ସେମାନଙ୍କ କାର୍ଯ୍ୟାଳୟ ମଧ୍ୟ ରହିଛି କଣ ପାଇଁ କଖଡି ଉଠାଜଳସେଚନ ବିଭାଗ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଭୂତକୋଠିରେ ପରିଣତ ହୋଇରହିବ। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ଦୃଷ୍ଟିଦେବା ପାଇଁ ସାଧାରଣରେ ଦାବି ହୋଇଛି।

Comments are closed.