କୁକୁର ଆକ୍ରମଣରେ ହରିଣ ମୃତ

ଗୁରୁଡିଝାଟିଆ: ବ୍ରାହ୍ଣବସ୍ତ ସଂରକ୍ଷିତ ଜଙ୍ଗଲରୁ ଗାଁ ପାର୍ଶ୍ବକୁ ପଳାଇ ଆସିଥିବା ଏକ ହରିଣକୁ କୁକୁର ଆକ୍ରମଣ କରିବା ଦ୍ୱାରା ତାର ମୃତ୍ୟୁ ଘଟିଛି। ମୃତ ହରିଣର ଓଜନ ପ୍ରାୟ ୯୦ କିଗ୍ରା ହେବ ବୋଲି ବନବିଭାଗ ସୁତ୍ରରୁ ପ୍ରକାଶ। ଘଟଣା ସଂପର୍କରେ ଖବର ପାଇ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ସିଂ ମାଥୁର ପହଞ୍ଚି ମୃତ ହରିଣକୁ ବ୍ୟବଚ୍ଛେଦ କରିବା ପାଇଁ ବ୍ୟବସ୍ଥା କରିଥିଲେ। ବ୍ୟବଚ୍ଛେଦ ପରେ ହରିଣଟିକୁ ବ୍ରାହ୍ମଣବସ୍ତ ବନବିଭାଗ କାର୍ଯ୍ୟାଳୟ ପରିସରରେ ପୋତି ଦିଆଯାଇଛି। ପ୍ରକାଶ ଯୋଗ୍ୟ ପୂର୍ବରୁ ମଧ୍ୟ ହରିଣଟି କୁକୁରଙ୍କ ହାବୁଡରୁ ବର୍ତ୍ତି ଯାଇଥିଲା। ହେଲେ ଆଜି ତାର ମୃତ୍ୟୁ ଘଟିଛି।

Comments are closed.