ପରିବା ହାଟରେ ନିଆଁ, ଖାଉଟି ହନ୍ତସନ୍ତ

ଗୁରୁଡିଝାଟିଆ: ଏବେ ସବୁଜ ପନିପରିବା ପାଖକୁ ଖାଉଟି ଯିବାକୁ ଭୟ କରୁଛନ୍ତି। ଅଧାବ୍ୟାଗ ପରିବାରେ ୫ଶହ ଟଙ୍କା ଉଡିଯାଉଛି। ଯେକୌଣସି ପରିବାର ଦର କେଜି ୫୦ଟଙ୍କା ତଳକୁ ନାହିଁ। ତେଣୁ ଏଥିରେ ଖାଉଟି ପରିବା କଣ କିଣିବେ? ସହଜେ କରୋନା ମହାମାରୀ ସମୟରେ ଆର୍ଥିକ ସ୍ଥିତି ବି ଭଲନାହିଁ। ଏଣୁ ବାଧ୍ୟ ହୋଇ ୨୫୦/୫ଶହ ନେଇ କୌଣସି ପ୍ରକାର କାମ ଚଳାଇନେବାକୁ ବାଧ୍ୟ ହେଉଛନ୍ତି। କାକୁଡି କିଲୋ ପ୍ରତି ୭୦, ବାଇଗଣ ୬୦, ପୋଟଳ ୬୦, ପିଆଜ ୬୦, ଆଳୁ ୩୫, ବିଲାତି ୫୫ ,କଞ୍ଚାଲଙ୍କା ୧୦୦ ଟଙ୍କା କିଲୋ ପ୍ରତି ବିକ୍ରିହେଉଛି। କେବଳ ଅମୃତଭଣ୍ଡା ଓ କଖାରୁ କିଲୋ ପ୍ରତି ୩୦ଟଙ୍କା ରହିଛି। କେତେକ ମୁନାଫା ବ୍ୟବସାୟୀ ମଧ୍ୟଏହି ସମୟରେ ଚଢା ଦରରେ ଆଳୁ ଓ ପିଆଜ ବିକ୍ରି କରିବାକୁ ପଛାଉନାହାନ୍ତି। ଏହାପୁଣି ଦୀର୍ଘଦିନର ପୁରୁଣା ସାଜ ହୋଇଥିବାରୁ ଓଜନରେ ମଧ୍ୟ କମ ଆସୁଛି। ତେଣୁ ଖାଉଟି ଏକପ୍ରକାର ମହରଗ ସମୟରେ ପେଶି ହୋଇଯାଉଛନ୍ତି। ଏବେ ଆଠଗଡ ନିର୍ବାଚନ ମଣ୍ଡଳୀର କଖଡି ପରିବା ହାଟରେ ଯଦି ଏଭଳି ସ୍ଥିତି ତେବେ ଦୈତନଗରୀ କଟକ-ଭୂବନେଶ୍ୱର ର ସ୍ଥିତି କହିବା ଅସମ୍ଭବ। ଯେହେତୁ ମହାନଦୀର ବନ୍ୟାଜଳରେ ପରିବା ଫସଲ ଉଜୁଡି ଯାଇଛି। କାଭାଁ ଚାଷୀ ଙ୍କ ଯେଉଁ ପରିବା ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ। ଖାଉଟି ଅଧିକ ପରିବା କମ୍। ବାହାରୁ ଅଣାଯାଉଥିôବା ପରିବା ରେ ମଧ୍ୟ ବ୍ୟବସାୟୀମାନେ ଚଢାଦରରେ ବିକ୍ରି କରି ଅଧିକ ଲାଭ କରୁଛନ୍ତି। ତେଣୁ କରୋନା ମହାମାରୀ ସମୟରେ ପରିବା ଦର ସହିତ ଆଳୁ ପିଆଜର ଅହେତୁକ ମୂଲ୍ୟବୃଦ୍ଧି ଖାଉଟିଙ୍କୁ ହନ୍ତସନ୍ତ କରୁଛି।

Comments are closed.