ପାଦପଥର-ସଡକସାହି ରାସ୍ତା ବିପଦସଂକୂଳ

ଗୁରୁଡିଝାଟିଆ/ଆଠଗଡ: ରାଧାକୃଷ୍ଣପୁର ପଞ୍ଚାୟତର ସଡକସାହିରୁ ପାଦପଥର ଦେଇ ମୁଶୁଳିଆକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତାଟି ବିପର୍ଯ୍ୟସ୍ତ ହୋଇପଡିଛି। ରାସ୍ତାଟିର ପ୍ରାୟ ୩କିମି ପର୍ଯ୍ୟନ୍ତ ପିଚୁ ଉଠି ଖାଲଖମାରେ ପରିଣତ ହୋଇଯାଇଛି। ଯାତାୟାତ ହୋଇପାରୁନାହିଁ। ପାଦରେ ଚାଲିବା ମଧ୍ୟ କଷ୍ଟକର। ଅନ୍ୟମନସ୍କ ବସତଃ ଯଦି ରାସ୍ତା ରେ ବାହାରିଥିବା ମେଣ୍ଟାଲ ଦ୍ୱାରା ଝୁଣ୍ଟିପଡେ ତାହାଲେ ଗୁରୁତର ହେବାର ସମ୍ଭାବନା ରହିଛି। ଏହି ରାସ୍ତା ବିଶେଷତଃ ଆଦିବାସୀ ଅଧ୍ୟୁଷିତ ଗାଁମାନଙ୍କୁ ସଂଯୋଗ କରୁଅଛି। ରାସ୍ତା ବିପର୍ଯ୍ୟସ୍ତ ହୋଇଥିଲେ ମଧ୍ୟ ସେମାନଙ୍କ ସ୍ୱର ସେତେ ଉଚ୍ଚ ହୋଇନଥିବାରୁ ସେମାନଙ୍କ କଥା ବୁଝିବ ବା କିଏ?

ତେଣୁ ବିପର୍ଯ୍ୟସ୍ତ ରାସ୍ତାରେ ଯାତାୟାତ କରିବା ପାଇଁ ବାଧ୍ୟ ହେଉଛନ୍ତି। ଗ୍ରାମ୍ୟ ଉନ୍ନୟବ ବିଭାଗର ଯନ୍ତ୍ରୀମାନେ ଏଥିପ୍ରତି ଦୃଷ୍ଟିନଦେବା ପଛରେ କି ରହସ୍ୟ ରହିଛି ତାହା ବୁଝାପଡୁନାହିଁ। ମୁଶୁଳିଆ,ପାଦପଥର,ସଡକ ସାହି, ରାଧାକୃଷ୍ଣପୁର ଆଦି ଅଞ୍ଚଳର ଲୋକମାନେ ଏହି ରାସ୍ତା ଉପରେ ଅଧିକ ନିର୍ଭରଶୀଳ ହୋଇଥାନ୍ତି। ବିଶେଷତଃ ଗୁରୁଡିଝାଟିଆ ପଞ୍ଚାୟର ଡବାଗାଡିଆରୁ ରାଧାକୃଷ୍ଣପୁର ପଞ୍ଚାୟତକୁ ସଂଯୋଗ କରିବା ଏହା ହେଉଛି ଏକମାତ୍ର ରାସ୍ତା।

Comments are closed.