ସଜା କାଟୁଥିବା କଏଦୀଙ୍କ ମୃତ୍ୟୁ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାରମଣପୁର ଆଦର୍ଶ କାରାଗାରରେ ସଜା କାଟୁଥିବା ମହେନ୍ଦ୍ର ନାଏକ (୩୨) ନାମକ ଯୁବକର ମୃତ୍ୟୁ ଘଟିଛି। ଏ ନେଇ କାରାଗାର ଅଧିକ୍ଷକ ସୌଭାଗ୍ୟ କୁମାର ବଳ ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି। ସଜା କାଟୁଥିବା ମହେନ୍ଦ୍ର ବିଚାରଧିନ ବନ୍ଦୀ ଭାବରେ ହିନ୍ଦୋଳ କାରାଗାରରେ ଥିôଲେ। ଢେଙ୍କାନାଳ ଜଜ୍‍କୋର୍ଟରେ ଆଜୀବନ ଦଣ୍ଡାଦେଶ ପାଇବା ପରେ ନରସିଂହପୁର କାରାଗାରକୁ ଆସିଥିଲେ। ହେଲେ ଚଳିତମାସ ୨ ତାରିଖରେ ନରସିଂହପୁର କାରାଗାରରୁ ରାଧାରମଣପୁର ଆଦର୍ଶ କାରାଗାରକୁ ଆସିଥିଲେ। ହେଲେ ତାର ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ୩ ତାରିଖ ଦିନ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ପରୀକ୍ଷା ପାଇଁ ନିଆଯାଇଥିଲା। ସେଠାରେ ଯକ୍ଷ୍ମାରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା।

ଏହାପରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଚିକିତ୍ସା କର୍ମଚାରୀ କାରାଗାରକୁ ଯାଇ ଯକ୍ଷ୍ମାର ସମସ୍ତ ଔଷଧ ପ୍ରଦାନ କରିଥିଲେ। ହେଲେ ଗତ ୮ ତାରିଖ ଭୋରରୁ ଅସୁସ୍ଥତା ଅନୁଭବ କରିବାରୁ ଆଠଗଡ ଉପଖଣ୍ଡ ଚିକିତ୍ସାଳୟକୁ ନେଉଥିବା ବେଳେ ସଜା କାଟୁଥିବା ମହେନ୍ଦ୍ରର ମୃତ୍ୟୁ ଘଟିଥିବା କାରାଗାର ଅଧିକ୍ଷକ ଶ୍ରୀ ବଳ ପ୍ରକାଶ କରିଛନ୍ତି।

Comments are closed.