ବାଳି ମହାବିଦ୍ୟାଳୟରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

ଗୁରୁଡ଼ିଝାଟିଆ: ବାଳିସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ପରିସରରେ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ସୁରେଶ ଚନ୍ଦ୍ର ରାଉତରାୟ ଙ୍କ ପ୍ରତ୍ୟେକ ତତ୍ୱାବଧାନରେ ଅନୁଷ୍ଠାନର ସମସ୍ତ ବିଦ୍ୟାର୍ଥୀ ହାତରେ ତ୍ରିରଙ୍ଗା ପତାକା ଧରି ହର ଘର ତ୍ରିରଙ୍ଗା ର ସଚେତନତା କରିବା ସହ ତ୍ରିରଙ୍ଗା ଯାତ୍ରା କରିଥିଲେ। ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ପ୍ରଫେସର ପ୍ରଦୀପ୍ତ କୁମାର ସାହୁ ପ୍ରତ୍ୟେକ ବିଦ୍ୟାର୍ଥୀ ଦେଶ ଆମ ପାଇଁ ବନ୍ଦନୀୟ,ପୂଜନୀୟ। ତାର ସୁରକ୍ଷା ଓ ସାର୍ବଭୌମତ୍ୱ ରକ୍ଷା କରିବା ପ୍ରତ୍ୟେକ ଭାରତୀୟ ଙ୍କ କର୍ତ୍ତବ୍ୟ। ଦେଶକୁ ସ୍ୱାଧୀନତା ଦେଇଥିବା ଶହୀଦ ବିପ୍ଳବୀମାନେ ଆମ ଚିର ନମସ୍ୟ କହିବା ସହ ବିଦ୍ୟାର୍ଥୀମାନେ ଦେଶମାତୃକା ଭାବରେ ଉଦବୃଦ୍ଧ ହେବା ପାଇଁ ପରାମର୍ଶ ଦେଇଥିଲେ।

Comments are closed.