ଅସ୍ଥି ଚିକିତ୍ସାଳୟ ପରିସରରେ ସ୍ୱାଧୀନତାର ଅମୃତ ମହୋତ୍ସବ

ଗୁରୁଡ଼ିଝାଟିଆ: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରରେ ଅମୃତ ମହୋତ୍ସବ ଆଜି କୁଲାଇଲୋସ୍ଥିତ ଆୟୁର୍ବେଦିକ ଅସ୍ଥି ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଛି। ଏଥିସହିତ ତ୍ରିରଙ୍ଗାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା। ଆୟୁର୍ବେଦିକ ଅସ୍ଥି ଚିକିତ୍ସାଳୟର ମୁଖ୍ୟ ସମାଜସେବୀ କବିରାଜ ପ୍ରତାପରୁଦ୍ର ବେଉରାୟ, ଦେଶ ସ୍ୱାଧୀନତା ପାଇଁ ପ୍ରାଣବଳି ଦେଇଥିବା ବୀର ଶହୀଦମାନଙ୍କ ସ୍ମୃତିକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସମସ୍ତ ଭାରତୀୟଙ୍କ ପାଇଁ ତ୍ରିରଙ୍ଗା ପତାକା ଗର୍ବ ଓ ଗୌରବ ବୋଲି କହିବା ସହ ଦେଶ ପ୍ରତି ଥିବା କର୍ତ୍ତବ୍ୟବୋଧକୁ ମିଳିମିଶି ଠିକଣା ଢଙ୍ଗରେ ସମାପନ କରିବା ପାଇଁ କହିଥିଲେ। ଚିକିତ୍ସାଳୟ ପରିଚାଳକ ଗିରୀଶ ଚନ୍ଦ୍ର ବେଉରାୟ ,ମାନସ କୁମାର ମହାନ୍ତି, ପତିତପାବନ ବେହେରା,ପ୍ରଫୁଲ କୁମାର ସ୍ୱାଇଁ, ଶରତ କୁମାର ସାହୁ, ଧରଣୀଧର ବେହେରା, ସୁବାସ କୁମାର ସ୍ୱାଇଁ, ମହେଶ୍ୱର ରାଉତ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସକ୍ରିୟ ଅଂଶଗ୍ରହଣ କରିଥିଲେ।

Comments are closed.