ସେବା ନୁହେଁ ଶୋଷଣ କରୁଛି ଟିପିକଲ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଅଞ୍ଚଳରେ ଦିନକୁ ଦିନ ବିଦ୍ୟୁତ୍‍ ସମାସ୍ୟା ଉତ୍କଟ ହେବାରେ ଲାଗିଛି। ଦୈନିକ ଅଘୋଷିତ ବିଦ୍ୟୁତ୍‍ କାଟ ଯୋଗୁଁ ଉପଭୋକ୍ତାମାନେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି। ବିଜୁଳିକାଟର ଯନ୍ତ୍ରଣାରେ ଶୋଷିତ ହେଉଛନ୍ତି ଉପଭୋକ୍ତାମାନେ। ଉପଭୋକ୍ତାମାନେ ଆଶା ଓ ବିଶ୍ୱାସ ରଖିଥିଲେ ସେସୁ ପରେ ଟିପିକଲ ଯୋଗାଇଦେବ ଉତ୍ତମ ସେବା। କିନ୍ତୁ ତାହା ଉପଭୋକ୍ତାଙ୍କ ଆଶାରେ ହିଁ ରହିଗଲା। ନୂତନ ବିଦ୍ୟୁତ୍‍ ସରଞ୍ଜାମ ଲଗାଉନାହାନ୍ତି। ସାମାନ୍ୟ ପବନରେ କେତେବେଳେ ତାର ଛୁଡୁଛି ତ କେତେବେଳେ ଏକ୍ସସେଲେରେଟର ଖରାପ ହୋଇଯାଉଛି। ଯାହାଫଳରେ କି ଗୁରୁଡିଝାଟିଆ, ଓରନ୍ଦା, କୁଷ୍ପଙ୍ଗି, ଛଅଗାଁ, କୁମାରପୁର, ଗୋବରା, ରାଧାକିଶୋରପୁର, ମଞ୍ଚେଶ୍ୱର, କଖଡି, ଧୁରୁଷିଆ, ଅନନ୍ତପୁର, ମେଘା, କଟକିଆସାହି ଓ ଘଣ୍ଟିଖାଲଆ ଦି ପଞ୍ଚାୟତର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ବିଭାଗୀୟ ଯନ୍ତ୍ରୀମାନଙ୍କୁ ଉପଭୋକ୍ତାମାନେ ଅଘୋଷିତ ବିଦ୍ୟୁତ୍‍ କାଟ ପଚାରିଲେ ସନ୍ତୋଷଜନକତ୍ତଉତ୍ତର ମଧ୍ୟ ମିଳୁନାହିଁ। ଅଘୋଷିତ ବିଦ୍ୟୁତ୍‍ କାଟ ସଂର୍ପକରେ ପଚାରିବାରୁ କହିଥିଲେ ଗଛଡାଳ ବୁଦ୍ୟୁତ୍‍ ତାର ରେ ଲାଗିବାରୁ ବିଭ୍ରାଷ୍ଟ ଦେଖାଯାଉଛି। ତତ୍‍ ସହିତ ୩୩ କେଭି ଉଚ୍ଚ ଶକ୍ତି ସଂପନ୍ନ ତାରରେ ତ୍ରୁଟି ଥିବାରୁ ଏଭଳି ବିଦ୍ୟୁତ୍‍ କାଟ ହେଉଛି ବୋଲି ପ୍ରକାଶ କରିଥିଲେ।

Comments are closed.