ଦିବ୍ୟାଙ୍ଗଙ୍କୁ ହୁଇଲଚେୟାର ପ୍ରଦାନ

ଗୁରୁଡିଝାଟିଆ: ଆଠଗଡ ବିକାଶମଞ୍ଚ ପକ୍ଷରୁ ରାଧାକିଶୋରପୁର ପଞ୍ଚାୟତର ମତ୍ସ୍ୟପୁର ଗ୍ରାମର ସନ୍ତୋଷ କୁମାର ସାହୁୁଙ୍କ ଝିଅ ଦିବ୍ୟାଙ୍ଗ ସୁସ୍ମିତା ସାହୁଙ୍କୁ ହୁଇଲଚେୟାର ପ୍ରଦାନ କରାଯାଇଛି। ସୁସ୍ମୀତା ଦିବ୍ୟାଙ୍ଗ ହେତୁ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖିନ ହେଉଥିଲେ। ଏ ସଂପର୍କରେ ମଞ୍ଚର ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଅବଗତ ହେବା ପରେ ଆଜି ଏକ ହୁଇଲଚେୟାର ସୁସ୍ମିତାକୁ ପ୍ରଦାନ କରିଥିଲେ। ମଞ୍ଚର ଏଭଳି ସାମାଜିକ କାର୍ଯ୍ୟକୁ ପଞ୍ଚାୟତ ବାସୀ ଭୂୟସୀ ପ୍ରଂଶସା କରିଛନ୍ତି।

Comments are closed.