ମହାନଦୀରୁ ଅଜଣା ଯୁବକର ମୃତଦେହ ଉଦ୍ଧାର

ଗୁରୁଡିଝାଟିଆ: ମହାନଦୀର କଖଡି ପଞ୍ଚାୟତ ଅନ୍ତର୍ଗତ ବିଦ୍ୟାଧରପୁର ନିକଟରୁ ଏକ ଅଜଣା ଯୁବକର ମୃତଦେହକୁ ଟିପିଏମ ଫାଣ୍ଡି ପୁଲିସ ଜବତ କରିଛି। ମହାନଦୀର ବିଦ୍ୟାଧରପୁର ନିକଟରେ ଭାସୁଥିବା ଦେଖି ଏ ସଂପର୍କରେ ସ୍ଥାନୀୟ ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ କରିବା ପାଇଁ ନେଇଥିଲେ। ମୃତ ଯୁବକର ଘର ଢେଙ୍କାନାଳ ଅଞ୍ଚଳର ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜଣାପଡିଛି।

Comments are closed.