ଶିକ୍ଷକ ଅଭାବ-ଗୋଟିଏ ଶ୍ରେଣୀରେ ବସୁଛନ୍ତି ୮୦ ରୁ ଅଧିକ ଛାତ୍ରଛାତ୍ରୀ

କଣ୍ଡରେଇ ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ

ଗୁରୁଡିଝାଟିଆ:ସମସ୍ତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ନିଜକୁ ଗଢିତୋଳିବା ପାଇଁ ବିଦ୍ୟାଳୟସ୍ତରରୁ ପ୍ରସ୍ତୁତ ହେବା, କମ୍ପୁଟର ଶିକ୍ଷା ଓ ବିଷୟଗତ ଦକ୍ଷତା ବୃଦ୍ଧି ପାଇଁ ସରକାର ବ୍ୟାପକ ଅର୍ଥ ବ୍ୟୟ କରୁଛନ୍ତି। ହେଲେ ଏ ସବୁ ସୁବିଧାରୁ ବଞ୍ଚିତ ହୋଇଛନ୍ତି କଣ୍ଡରେଇ ଶ୍ୟାମସୁନ୍ଦର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ। ଏଠାରେ ଆବଶ୍ୟକ ଶିକ୍ଷକ ନାହାନ୍ତି ଏବଂ କମ୍ପୁଟର ନଥିବାରୁ କମ୍ପ୍ୟୁଟର ଶିକ୍ଷା ପାଇବାରୁ ବଞ୍ଚିତ ହେଉଛନ୍ତି।

୧୯୮୩ ମସିହାରେ ଶ୍ୟାମସୁନ୍ଦର ବିଦ୍ୟାପୀଠ କଣ୍ଡରେଇରେ ସ୍ଥାପିତ ହୋଇଛି। ବିଦ୍ୟାଳୟରେ ୯ମ ଓ ୧୦ମ ଶ୍ରେଣୀରେ ୧୬୦ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ସେଥିମଧ୍ୟରୁ ଶତକଡ଼ା ୫୦ ଭାଗରୁ ଅଧିକ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀ ଅଟନ୍ତି। ବିଦ୍ୟାଳୟରେ ଅନୁମୋଦନ ଶିକ୍ଷକ ସଂଖ୍ୟା ୧୨ ହୋଇଥିବା ବେଳେ ଏବେ ଏଠାରେ ଅଛନ୍ତି ୬ଜଣ। କଳାଶିକ୍ଷକ ଆଦୌ ନଥିବା ବେଳେ ବିଜ୍ଞାନ ଶିକ୍ଷକ ଗୋଟିଏ ପଦବୀ ଖାଲି ପଡିଛି। କ୍ରିଡା, ସଂସ୍କୃତ ଓ ହିନ୍ଦି ଶିକ୍ଷକ ମିଶିକରି ବାଧ୍ୟ ହୋଇ ବିଷୟଗତ ଶିକ୍ଷକ ନଥିବାରୁ ସାହିତ୍ୟ, ସାମାଜିକ, ଇତିହାସ ପ୍ରଭୃତି ପଢାଉଛନ୍ତି। ପ୍ରଧାନ ଶିକ୍ଷକ ବିଜ୍ଞାନ ବର୍ଗର ହୋଇଥିଲେ ହେଁ ଇଂରାଜୀ ପଢାଇବା ସହିତ ପିସିଏମ ଓ ସିବିଜେଡ ଉଭୟକୁ ପଢାଉଛନ୍ତି। ଶିକ୍ଷକ ନଥିବାରୁ ଗୋଟିଏ ଶ୍ରେଣୀଗୃହରେ ୮୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ଆବଶ୍ୟକ ଶିକ୍ଷକ ଓ କମ୍ପୁଟର ପ୍ରଦାନ ପାଇଁ ଦାବି ହୋଇଛନ୍ତି।

Comments are closed.