ଶନିଶ୍ଚରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଗୁରୁଡିଝାଟିଆ: ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ଶ୍ରୀ ଶନିଶ୍ଚରଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିପାଇଁ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ଜୁନ ୨୧ ତାରିଖରୁ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ୨୪ ତାରିଖ ଦିନ ସମାପନ ହୋଇଛି। ଏହି ଅବସରରେ କଳସ ଶୋଭାଯାତ୍ରା ଓ ପୂର୍ଣ୍ଣାହୁତୀ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ। ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ବିଗ୍ରହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇଥିବା ବେଳେ ସ୍ଥାନୀୟ ସରପଞ୍ଚ ଦୀପ୍ତିମୟୀ ଥାଟୋଇ, ଯୁବନେତା ପ୍ରଭାତ ଥାଟୋଇ, ରାଜକିଶୋର ପ୍ରତିହାରୀ, ତୁଷାର ବେଉରା, ଫକୀର ଚରଣ ନାୟକ, ରତ୍ନାକର ଜେନା, ପ୍ରଶାନ୍ତ ଜେନା ଓ ରଞ୍ଜନ ଜେନା ପ୍ରମୁଖ ଗାଁର ମୁରବୀ ଓ ଯୁବକ ଉପସ୍ଥିତ ରହି ଏହି ଆଧ୍ୟାତ୍ମିକ କାର୍ଯ୍ୟକୁ ସମାପନ କରିଥିଲେ।

Comments are closed.