ଗୁରୁତର ଆହତ ଦନ୍ତାକୁ କାବୁ କରିବାରେ ବନବିଭାଗ ବିଫଳ

ଗୁରୁଡ଼ିଝାଟିଆ: ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗଲରେ ଗୁରୁତର ଆଘାତପ୍ରାପ୍ତ ଦନ୍ତା ହାତୀ ଘୁରିବୁଲୁଛି। ବନକର୍ମଚାରୀଙ୍କୁ ଚକମା ଦେଖାଇ ଘଞ୍ଚ ଜଙ୍ଗଲରୁ ବାହାରୁନାହିଁ। ନାକେଦମ ହୋଇପଡ଼ିଲେଣି ବନକର୍ମଚାରୀ। ହାତୀଟିକୁ ଖୋଲାସ୍ଥାନକୁ ଘଉଡାଇ ନିଶ୍ଚେତକ ବିଶେଷଜ୍ଞଙ୍କ ଦ୍ୱାରା ଟ୍ରାଙ୍କୁଲାଇଜର କରିବେ। ହେଲେ ଗତ ୨ ସପ୍ତାହ ହେଲା ବନବିଭାଗ ସକଳ ଉଦ୍ୟମ ସତ୍ତେ୍ୱ ଦନ୍ତାହାତୀଟିକୁ କାବୁ କରିପାରୁନାହାନ୍ତି। ଏକଘରିକିଆ ହୋଇ ଖୁଣ୍ଟୁଣୀ ବନାଞ୍ଚଳର ବ୍ରାହ୍ମଣବସ୍ତ ସଂରକ୍ଷିତ ଜଙ୍ଗରେ ହାତୀଟି ଘୁରିବୁଲୁଛି। ହାତୀଟିର ପଛ ବାମଗୋଡଟି ଘୁଷୁରିଲା ଭଳି ଚିହ୍ନ ଦେଖିବା ପରେ ହାତୀ ଜଗୁଆଳିମାନେ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ର ସିଂ ମାଥୁରଙ୍କୁ ଅବଗତ କରାଇଥିଲେ। ଏହାପରେ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ହାତୀଟିକୁ ଖୋଲାସ୍ଥାନକୁ ଘଉଡାଇ ନିଶ୍ଚେତକ ଟିମ ଦ୍ୱାରା ଦୁଇଦୁଇଥର ଟ୍ରାଙ୍କୁଲାଇଜ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରିନାହିଁ।

ପ୍ରାପ୍ତ ବୟସ୍କ ଦନ୍ତାହାତୀଟି କିଭଳି ଓ କାହାଦ୍ୱାରା ଆଘାତପ୍ରାପ୍ତ ହୋଇଛି ତାହା ସ୍ପଷ୍ଟ ଭାବରେ ଜଣାପଡ଼ିନାହିଁ। ଦନ୍ତାଟି ଆହତ ହୋଇ ଛୋଟୋଉ ଥିବାରୁ ବନକର୍ମଚାରୀମାନେ ତାହା ଉପରେ ସତର୍କ ଦୃଷ୍ଟି ଦେଇଛନ୍ତି। ଅପରପକ୍ଷରେ ହାତୀଟିକୁ ଯେତେଶୀଘ୍ର ଟ୍ରାଙ୍କୁଲାଇଜ କରାଯାଇ ଚିକିତ୍ସା କରାଗଲେ ଭଲହେବ।ନଚେତ୍‍ ନେଡିଗୁଡି କହୁଣୀକୁ ବୋହିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ।

Comments are closed.