ମା’ ବାସନ୍ତୀଦୂର୍ଗାଙ୍କ ପାହାଡି ଉତ୍ସବ ଉଦଯାପିତ

ଗୁରୁଡ଼ିଝାଟିଆ: ଗୁରୁଡ଼ିଝାଟିଆ-କୋତର ର ଅଧିଷ୍ଠାତ୍ରୀ ଦେବୀ ମା’ ବାସନ୍ତୀଦୂର୍ଗାଙ୍କ ପାହାଡି ଉତ୍ସବ ତଥା ଭସାଣୀଯାତ୍ରା ଶାନ୍ତିଶୃଙ୍ଖଳା ଭିତରେ ସମାପନ ହୋଇଛି। ଗୁରୁଡ଼ିଝାଟିଆ ସ୍ଥିତ ମା’ ବାସନ୍ତୀଙ୍କ ବିଜେସ୍ଥଳୀରୁ ମୃଣ୍ମୟୀ ପ୍ରତିମାକୁ ସଂପୂର୍ଣ୍ଣ ଆଧ୍ୟାତ୍ମିକ ଭାବଧାରା ସହିତ ଭକ୍ତମାନେ କାନ୍ଧରେ ବୋହି ୩ କିମି ଛୋଟିଆମ୍ବ ଗାଁର ଲଳିତସାଗର (ପୁଷ୍କରିଣୀ)କୁ ବିସର୍ଜନ ପାଇଁ ଆଣିଥିଲେ। ମନସ୍କାମନା ପୂର୍ଣ୍ଣ ପାଇଁ ବ୍ରତାଚାରୀମାନେ ଗୁରୁଡ଼ିଝାଟିଆ ଦେବୀଙ୍କ ପୀଠସ୍ଥଳୀରୁ ଛୋଟିଆମ୍ବ ପର୍ଯ୍ୟନ୍ତ ଶହଶହ ସଂଖ୍ୟାରେ ନୂତନ ବସ୍ତ୍ରରେ ପାହାଡି ପାରିଥିଲେ।

ମା’ଙ୍କ ଭସାଣୀ ଶୋଭାଯାତ୍ରା ଦେଖିବା ଓ ପାହାଡି ପାରିବା ପାଇଁ ଜିଲ୍ଲାରୁ ବିଭିନ୍ନ ପ୍ରାନ୍ତରୁ ଶହଶହ ସଂଖ୍ୟାରେ ଶ୍ରଦ୍ଧାଳୁ ଆସିଥିଲେ। ସଂପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ଭିତରେ ଶାନ୍ତିଶୃଙ୍ଖଳାର ସହିତ ମାଆଙ୍କ ଭସାଣୀ ଶୋଭାଯାତ୍ରା ସମାପନ ହୋଇଥିବା ବେଳେ ଏହିଯାତ୍ରା ସ୍ୱାଧୀନତା ପୂର୍ବରୁ ୧୯୪୩ ମସିହାରୁ ଅନୁଷ୍ଠିତ ହୋଇଆସୁଅଛି। ପୂଜା କମିଟିର ସଭାପତି ବସନ୍ତ କୁମାର ସାହାଣୀ, ସଂପାଦକ ଅମରେନ୍ଦ୍ର ଧଳ, ଦେବାଶିଷ ବିଶ୍ୱାଳ, ହୃଦାନନ୍ଦ ସାହାଣୀ, ପବିତ୍ର ମୋହନ ସାହାଣୀ, ଶରତ କୁମାର ଦଳାଇ, ସନାତନ ଦଳାଇ, ପୂର୍ବତନ ସରପଞ୍ଚ ଚନ୍ଦନ କୁମାର ବିଶ୍ୱାଳ, ଦେବାଶିଷ ବିଶ୍ୱାଳ, ଜଗନ୍ନାଥ ଧଳ ପ୍ରମୁଖଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା।

Comments are closed.