ମହିଳାଙ୍କ ଠାରୁ ଲୁଟିନେଲେ ୩ ଭରି ଓଜନର ସୁନାହାର

ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆଡିହ ନିକଟରେ ଦୁର୍ବୁତ୍ତମାନେ ବାଇକରେ ଆସି ମହିଳାଙ୍କ ବେକରୁ ଲୁଟି ନେଇଛନ୍ତି ୩ଭରି ଓଜନର ସୁନାହାର। ଏ ସଂକ୍ରାନ୍ତରେ ମହିଳାଙ୍କ ସ୍ୱାମୀ ସୁରେନ୍ଦ୍ର ଜେନା ଧବଳେଶ୍ୱର ବିଟ ହାଉସରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏ ସଂପର୍କରେ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ତନାଘନା ଉଦ୍ୟମ ଚଳାଇଛି।

ସୁଚନାଯୋଗ୍ୟ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ୨୦ ସମୟରେ ଚୌଦ୍ୱାର ପାର୍ଶ୍ବରୁ ବାଙ୍କି ଡମପଡା ଅଞ୍ଚଳର ସୁରେନ୍ଦ୍ର ଜେନା ଏକ ବାଇକ ଯୋଗେ ନିଜ ଘରକୁ ଫେରୁଥିଲେ। ପୁରୁଣା କଟକ-ସମ୍ବଲପୁର ରାସ୍ତାର ନୂଆଡିହ ନିକଟରେ ଥିବା ହମ୍ପସ ପାଖରେ ବାଇକଟି ଧିର ହେବା ସମୟରେ ପୁର୍ବ ଯୋଜନା ମୁତାବକ ମହିଳାଙ୍କ ବେକରୁ ସୁନାହାର ଛିଡାଇ ନାରଙ୍ଗବସ୍ତ ପାର୍ଶ୍ବକୁ ପଳାଇଥିଲେ। ତାଲାବନ୍ଦର ସୁଯୋଗ ନେଇ ଦୁର୍ବୁତ୍ତମାନେ ଏବେ ଲୁଟପାଟ କରିବା ଆରମ୍ଭ କରିଦେଇଛନ୍ତି। ଏଭଳି ଗାଁ ନିକଟରେ ବ୍ୟସ୍ତବହୁଳ ରାସ୍ତାରେ ମହିଳାଙ୍କ ବେକରୁ ସୁନାହାର ଛିଣ୍ଡାଇନେବା ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

Comments are closed.