ଗୋପିନାଥପଡା ଗାଁରେ ଘର ଭିତରେ ୬ଫୁଟ ଉଚ୍ଚର ବନ୍ୟାଜଳ , ସରପଞ୍ଚଙ୍କ ଶୁଖିଲାଖାଦ୍ୟ ବଣ୍ଟନ

ଗୁରୁଡିଝାଟିଆ :  କଖଡି ପଞ୍ଚୟତର ଗୋପିନାଥପଡା ଗାଁରେ ଏବେବି ୬ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଚାଳଘରର କାନ୍ଥଗୁଡିକ ବନ୍ୟାସ୍ରୋତରେ ସଂପୂର୍ଣ୍ଣ ଭାଙ୍ଗିଯାଇଛି । ଲୋକମାନେ ଭୟଭୀତ ଅବସ୍ଥାରେ ଘର ଛାଡି ଘଣ୍ଟିଖାଲ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ବେଳେ ଆଉ କେତୋଟି ପରିବାର ଏବେବି କୋଠଘର ଛାତଘର ଉପରେ ଆଶ୍ରୟ ନେଇଛନ୍ତି । ଗାଁ ସଂପୂର୍ଣ୍ଣ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଥିବା ବେଳେ ଯେଉଁଆଡେ ଚାହିଁବ ସମୁଦ୍ର ପରି ବନ୍ୟାଜନ ଘେରିରହିଛି । ବିପନ୍ନ ଗ୍ରାମବାସୀଙଙ୍କୁ ଆଜି ସରପଞ୍ଚ କଳ୍ପନା ଛତାର ଭେଟିବା ସହିତ ଶୁଖିଲାଖାଦ୍ୟ ପ୍ରଦାନ କରି ସେମାନଙ୍କ ଅବସ୍ଥା ପଚାରିବୁଝିଥିଲେ। ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲିପ ଛତାର, ରଞ୍ଜନ ମୁଦୁଲି, ଓମପ୍ରକାଶ ମୁଦୁଲି, ପ୍ରମୁଖ ସରପଞ୍ଚ ଶ୍ରୀମତୀ ଛତାରଙ୍କ ସହିତ ବନ୍ୟାରେ ଅତ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ଗୋପିନାଥପଡା ଜନସାଧାରଣଙ୍କୁ ଭେଟିଥିଲେ।ଆଜି ମଧ୍ୟାନ୍ନ ଓ ରାତିରେ ବୋଟ ଯୋଗେ ରନ୍ଧା ଖାଦ୍ୟ ପ୍ରଦାନ କରିଛନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ଗୋପିନାଥପଡା ଗ୍ରାମବାସୀଙ୍କୁ ରିଲିଫ ଯୋଗାଇଦେବା ପାଇଁ ଦାବି ହୋଇଛି।
ଆରତୀ କାରଖାନା ପକ୍ଷରୁ ବନ୍ୟା ବିପନ୍ନଙ୍କୁ ଶୁଖିଲାଖାଦ୍ୟ ପ୍ରଦାନ
ମହାନଦୀର ବନ୍ୟାରେ ବାହ୍ୟ ଜଗତରୁ ଗତ ୩ଦିନ ଧରି ବିଚ୍ଛିନ୍ନ ହୋଇଛି କଖଡି ପଞ୍ଚାୟତ। ଯାତାୟାତ ପାଇଁ କୌଣସି ସୁବିଧା ନାହିଁ। ଲୋକମାନେ ବନ୍ୟାଘେରରେ ରହିଥିବା ବେଳେ କାପ୍ତାବରାଇ ଓ ଗୋପିନାଥପଡା ଗାଁ ଭିତରେ ବନ୍ୟାଳଜ ପ୍ରବାହିତ ହେଉଛି। ଲୋକମାନେ ଭୟରେ କେହି ଛାତ ଉପରେ ଅଛି ତ କେହି ଅନ୍ୟତ୍ର ରହୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ବନ୍ୟା ବିପନ୍ନଙ୍କୁ ଆରତୀ କାରଖାନା କର୍ତ୍ତୃପକ୍ଷ ଶୁଖିଲାଖାଦ୍ୟ ପ୍ରଦାନ କରିଛନ୍ତି।

ଘଣ୍ଟିଖାଲ ବିଦ୍ୟାଳୟରେ ଆଶ୍ରୟ ନେଇଥିବା ୨୦ ଅନୁସୂଚିତ ଜାତି ପରିବାରବର୍ଗଙ୍କୁ କାରଖାନାର ସଭାପତି ଇଂ ଲାଲା ତରୁଣ ପ୍ରକାଶ ନାରାୟଣ ଚୁଡା,ଗୁଡ,ବିସ୍କୁଟ,ପାନୀୟଜଳ ପ୍ରଦାନ କରିଥିବା ବେଳେ ଗୋପିନାଥପଡା ଓ କାପ୍ତାବରାଇ ବନ୍ୟା ବିପନ୍ନଙ୍କୁ ୬ କୁଇଣ୍ଟାଲ ଚୁଡା,ଗୁଡ, ୫୫ ପ୍ୟାକେଟ ବିସ୍କୁଟ ଓ ପାନୀୟଜଳ ଯୋଗାଇଦେଇଛନ୍ତି। ଆବଶ୍ୟକ ହେଲେ ଆହୁରି ଅଧିକ ପ୍ରଦାନ କରାଯିବ ବୋଲି ଇଂ ଶ୍ରୀ ନାରାୟଣ କହିଛନ୍ତି। କଖଡି ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଳିପ ଛତାର ,ଘଣ୍ଟିଖାଲ ସରପଞ୍ଚଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ବିଶ୍ୱାଳ, ଆରତୀ କାରଖାନା କର୍ମଚାରୀ ସଂଘର ବରିଷ୍ଠ ସଦସ୍ୟ ସନ୍ତୋଷ କୁମାର ପ୍ରଧାନ, ବରିଷ୍ଠ ପ୍ରବନ୍ଧକ ସରୋଜ କୁମାର ଜେନା, ପାରିପାଶ୍ୱର୍ିକ ଉନ୍ନୟନ ଅଧିକାରୀ ଶରତ ନିଶାଙ୍କ, ରଞ୍ଜନ ମୁଦୁଲି, ଲକ୍ଷ୍ମୀଧର ମହାନ୍ତି ପ୍ରମୁଖ ଉପସ୍ଥିତ ରହିଥିଲେ।
ବାହ୍ୟଜଗତରୁ ବିଚ୍ଛିନ୍ନ ୪ ପଞ୍ଚୟତର ଗୃହପାଳିତ ପ୍ରାଣୀଙ୍କ ଅବସ୍ଥା ବିପର୍ଯ୍ୟସ୍ତ
ଗୋଖାଦ୍ୟ ଯୋଗାଇଦେବା ପାଇଁ ଦାବି
ମହାନଦୀର ବନ୍ୟାରେ ଆଠଗଡ ବ୍ଲକର ଧୁରୁଷିଆ,ଅନନ୍ତପୁର,ମଞ୍ଚେଶ୍ୱର ଓ ଟାଙ୍ଗି-ଚୌଦ୍ୱାର ବ୍ଲକର କଖଡି ପଞ୍ଚାୟତର ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିବା ବେଳେ ଗୃହପାଳିତ ପ୍ରାଣୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି। ୩ଦିନ ହେଲା ଶହଶହ ସଂଖ୍ୟାରେ ଗାଈ,ଗୋରୁ,ଛେଳି,ମେଣ୍ଡା, ବଳଦ ଆଦି ଗୃହପାଳିତ ପ୍ରାଣୀ ଭୋକରେ ଅଛନ୍ତି। ଚାରଣଭୂମି ସଂପୂର୍ଣ୍ଣ ଜଳମଗ୍ନ ହୋଇଥିôବା ବେଳେ ଶସ୍ୟକ୍ଷେତ୍ର ମଧ୍ୟ ବନ୍ୟାଜଳରେ ବୁଡିରହିଛି। ଗୁହାଳଘର ମଧ୍ୟ ବନ୍ୟାଜଳରେ ବୁଡିରହିଛି। ଗୋଟିଏ ପଟେ ଗୃହପାଳିତ ପ୍ରାଣୀ ଭୋକିଲା ରହିଥିବା ବେଳେ ଅନ୍ୟପଟେ ବନ୍ୟାଜଳ ଭିତରେ ରହୁଛନ୍ତି। ଏଭଳିସ୍ଥିତିରେ ଭୋକିଲା ଗୃହପାଳିତ ପ୍ରାଣୀଙ୍କୁ ତୁରନ୍ତ ପ୍ରଶାସନ ଖାଦ୍ୟ ଯୋଗାଇଦେବା ପାଇଁ ୪ପଞ୍ଚାୟତର ଜନସାଧାରଣ ଦୃଢ ଦାବି କରିଛନ୍ତି।

 

Comments are closed.