ଅଗ୍ନିକାଣ୍ଡ ଘଟି ଜଳିଗଲା ୩ବଖରା ଘର

ଗୁରୁଡିଝାଟିଆ- ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଛୋଟିଆମ୍ବ ଗ୍ରାମରେ ପୃଥକ ପୃଥକ ସ୍ଥାନରେ ଅଗ୍ନିକାଣ୍ଡ ଘଟି ୫ବଖରା ଘର ଭସ୍ମୀଭୁତ ହୋଇଯାଇଛି । ଆଠଗଡରୁ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ଛୋଟିଆମ୍ବର ମୁଷା ସାହୁଙ୍କ ୨ ବଖରା ଘର ଓ ବିଚିତ୍ର ପ୍ରଧାନଙ୍କ ୧ ବଖରା ଘର ୩୦ ତାରିଖ ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସର୍ଟସର୍କିଟ ଯୋଗୁଁ ପୋଡିଯାଇଥିଲା ।

ଘଟଣାସ୍ଥଳରେ ଗୁରୁଡିଝାଟିଆ ରାଜସ୍ୱ ନିରୀକ୍ଷକ ପହଞ୍ଚି ତଦନ୍ତ କରିବା ସହ ପଲିଥିନ ଜରି ଯୋଗାଇଦେଇଛନ୍ତି ।ଉଭୟ ବିପନ୍ନ ପରିବାର ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସହଯୋଗ ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

Comments are closed.