ଦେଢ ଟ୍ରକ ଜାଳକାଠ ଜବତ

ଗୁରୁଡିଝାଟିଆ: ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଆଜି କୃଷ୍ଣପୁର ନୂଆସାହିରୁ ଦେଢଟ୍ରକ ଜାଳକାଠ ଜବତ କରାଯାଇଛି। ଗାଁର କିଛି ଲୋକ ବନବିଭାଗର କୌଣସି ଅନୁମୋଦନ ନନେଇ ସରକାରୀ ଜମିରେ ଥିବା ଶାଳ ଓ ଶାଗୁଆନ ଗଛ କାଟିଦେଇଥିଲେ। ଏ ସଂପର୍କରେ ଖବର ପାଇ ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ଗଜେନ୍ଦ୍ରପାଲ ସିଂ ମାଥୁର ପହଞ୍ଚି ଏକ ପରିତ୍ୟକ୍ତ ସ୍ଥାନରେ ହଣାହୋଇ ଥୁଆହୋଇଥିବା କାଠକୁ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟକୁ ଆଣିଥିଲେ। ବନବିଭାଗ ପକ୍ଷରୁ ଅନୁଧ୍ୟାନ ଜାରି ରହିଛି।

Comments are closed.