ଜାଣନ୍ତୁ, ଗୁରୁ ପୂର୍ଣ୍ଣିମାରେ ରାଶି ଅନୁସାରେ କିପରି ପୂଜା କରିବେ

0

ଆଷାଢ ମାସର ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ। ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଇଥାଏ। ଗୁରୁ ପୂର୍ଣ୍ଣିମା ଦିନ ଚନ୍ଦ୍ର ଗ୍ରହଣ ପଡୁଥିବାରୁ ଗୁରୁ ପୂଜା ପାଇଁ ସମୟ ସୀମିତ ରହିଛି। ମୁଖ୍ୟତଃ ଭଗବାନ ଶିବ ଓ ବିଷ୍ଣୁଙ୍କୁ ଗୁରୁ ରୂପେ ପୂଜା କରାଯାଇଥାଏ। ଶୁଭ ସମୟରେ ଗୁରୁଙ୍କ ପୂଜା କରିବା ଦ୍ୱାରା ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ସନାତନ ଧର୍ମରେ ଗୁରୁଙ୍କ ଠାରୁ ଦୀକ୍ଷା ନେବାର ପରମ୍ପରା ରହିଛି। ଗୁରୁ ପୂର୍ଣ୍ଣିମାର ମଧ୍ୟ ଅନେକ ବିଶେଷ ମହତ୍ତ୍ୱ ରହିଛି। ଗୁରୁ ପୂର୍ଣ୍ଣିମା ଦିନ ରାଶି ଅନୁସାରେ ପୂଜା କରିବା ଦ୍ୱାରା ମଧ୍ୟ ସୁଫଳ ମିଳିଥାଏ। ଆସନ୍ତୁ ଜାଣିବା ରାଶି ଅନୁସାରେ କିପରି ପୂଜା କରିବା..ମେଷ: ଗୁରୁଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଏହା ସହ ଗୁରୁଙ୍କୁ ଫଳ ଅର୍ପଣ କରିପାରିବେ
ବୃଷ: ଗୁରୁଙ୍କୁ ପୂଜା କରିବା ସମୟରେ ଚନ୍ଦନ ଟୀକା ଲଗାନ୍ତୁ। ଖିରୀକୁ ଭୋଗ ରୂପେ ଅର୍ପଣ କରନ୍ତୁ।
ମିଥୁନ: ଗୁରୁଙ୍କୁ ଠିକ ରୂପେ ପୂଜା କରି କିଛି ମିଷ୍ଟାନ୍ନ ଭୋଗ ଲଗାନ୍ତୁ।କର୍କଟ: ଗୁରୁଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରି ଫଳ ଭୋଗ ଲଗାନ୍ତୁ।
ସିଂହ: ଗୁରୁଙ୍କୁ ପୂଜା କରି ନାରଙ୍ଗୀ ରଙ୍ଗର ବସ୍ତ୍ର ଦାନ କରନ୍ତୁ। ଖିରୀ ଭୋଗ ଲଗାନ୍ତୁ।
କନ୍ୟା: ଗୁରୁଙ୍କୁ ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଏହା ସହ ଗୁଡ ଭୋଗ ମଧ୍ୟ ଲଗାନ୍ତୁ।ତୁଳା: ଗୁରୁ ପୂଜା ସମୟରେ ଚନ୍ଦନ ଅର୍ପଣ କରନ୍ତୁ। ହଳଦିଆ ରଙ୍ଗର ପ୍ରସାଦ ଭୋଗ ରୂପେ ଅର୍ପଣ କରନ୍ତୁ।
ବିଛା: ଗୁରୁଙ୍କୁ ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଏହା ସହ ଦହି ଭୋଗ କରନ୍ତୁ।
ଧନୁ: ଲାଲ ରଙ୍ଗର ବସ୍ତ୍ର ଗୁରୁଙ୍କୁ ଅର୍ପଣ କରନ୍ତୁ। ଏହା ସହ ପେଡା ଭୋଗ ଲଗାନ୍ତୁ।ମକର: ଗୁରୁ ପୂଜା ସମୟରେ ଚନ୍ଦନ ଅର୍ପଣ କରନ୍ତୁ। ହଳଦିଆ ରଙ୍ଗର ପ୍ରସାଦ ଭୋଗ ଅର୍ପଣ କରନ୍ତୁ।
କୁମ୍ଭ: ଗୁରୁଙ୍କୁ ଧଳା ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଏହା ସହ ଖିରୀ ପ୍ରସାଦ ରୂପେ ଚଢାନ୍ତୁ।
ମୀନ: ଗୁରୁଙ୍କୁ ହଳଦିଆ ରଙ୍ଗର ଫୁଲ ଅର୍ପଣ କରନ୍ତୁ। ଏହା ସହ ବିଭିନ୍ନ ଫଳ ପ୍ରସାଦ ରୂପେ ଅର୍ପଣ କରନ୍ତୁ।

Leave A Reply