ଗୁରୁ ପୂର୍ଣ୍ଣିମା ; ଜାଣନ୍ତୁ ଗୁରୁ ପୂର୍ଣ୍ଣିମା ମହତ୍ୱ

0

ଭାରତରେ ଗୁରୁଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି। ଆଷାଢ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିକୁ ଗୁରୁ ପୂର୍ଣ୍ଣିମା ବୋଲି ପାଳନ କରାଯାଏ। ଏହି ପୂର୍ଣ୍ଣିମାରେ ମହର୍ଷି ବେଦବ୍ୟାସଙ୍କୁ ପୂଜା କରାଯାଏ। ବେଦରେ ମହର୍ଷି ବେଦବ୍ୟାସଙ୍କୁ ଆଦିଗୁରୁର ମାନ୍ୟତା ମିଳିଛି। ପୂର୍ବରୁ ଯେତେବେଳେ ଗୁରୁକୂଳ ଆଶ୍ରମରେ ଶିଷ୍ୟ ଶିକ୍ଷାଦାନ କରାଯାଉଥିଲା, ସେହି ସମୟରେ ଗୁରୁପୂର୍ଣ୍ଣିମାରେ ଶିଷ୍ୟ ନିଜର ଗୁରୁଙ୍କ ପୂଜା ଅର୍ଚ୍ଚନା କରି ଇଚ୍ଛା ମୁତାବକ ଦକ୍ଷିଣା ପ୍ରଦାନ କରୁଥିଲେ। ଗୁରୁପୂର୍ଣ୍ଣିମାରେ ବେଦବ୍ୟାସଙ୍କୁ ପୂଜାକରିବା ସହ ନିଜର ଶିକ୍ଷକ, ମାତା-ପିତା, ଏବଂ ବଡ ଭାଇଭଉଣୀ ମାନଙ୍କ ଆର୍ଶୀବାଦ ନେଇଥାନ୍ତି। ଗୁରୁ ପୂର୍ଣ୍ଣିମା ଦିନ ସକାଳୁ ଉଠି ଗୁରୁଙ୍‍କୁ ପୂଜାକରି ଆର୍ଶିବାଦ ନେବା ଦରକାର।

Leave A Reply