କରୋନା କବଳରେ ରିଲ୍‍ ଓ ରିୟଲ ଲାଇଫ୍‍ର ଏହି ଲୋକପ୍ରିୟ ଯୋଡ଼ି

ମୁମ୍ବଇ: ଉଭୟ ରିଲ୍‍ ଓ ରିୟଲ ଲାଇଫ୍‍ର ଲୋକପ୍ରିୟ ଯୋଡ଼ି ଗୁର୍‍ମିତ୍‍ ଓ ଦେବୀନା କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ଏନେଇ ଅଭିନେତା ଗୁର୍‍ମିତ୍‍ ଚୌଧୁରୀ ସାମାଜିକ ଗଣମାଧ୍ୟମ ଜରିଆରେ ନିଜେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଉଭୟ ହୋମ୍‍ ଆଇସୋଲେସନରେ ଅଛନ୍ତି ଓ ଭଲ ଅଛନ୍ତି ବୋଲି ସେ କହିଛନ୍ତି। ଏହାସହିତ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ସତର୍କ ଓ ସୁରକ୍ଷିତ ରହିବାକୁ ଗୁର୍‍ମିତ୍‍ ଅନୁରୋଧ କରିଛନ୍ତି। ଏହି ଖବର ଶୁଣିବା ପରେ ପ୍ରଶଂସକମାନେ ଉଭୟଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ସୂଚନାଯୋଗ୍ୟ, ୨୦୦୮ ମସିହାରେ ରାମାୟଣରେ ରାମ-ସୀତାଙ୍କ ଭୂମିକାରେ ଅଭିନୟ କରି ଉଭୟ ଘରେ ଘରେ ପରିଚିତ ହୋଇଥିଲେ। ଏହା ବ୍ୟତୀତ ଗୁର୍‍ମିତ୍‍ ଓ ଦେବୀନା ଅନେକ ଧାରାବାହିକରେ ଅଭିନୟ କରିଛନ୍ତି। ଗୁରୁ୍‍ମିତ୍‍ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

 

 

Comments
Loading...