ଗୁପ୍ତେଶ୍ଵର ପାଣ୍ଡେଙ୍କୁ ମିଳିଲାନି ଟିକଟ

ମୁମ୍ବଇ : ବିହାରର ପୂର୍ବତନ ପୁଲିସ ମହାନିର୍ଦ୍ଦେଶକ(ଡିଜିପି) ଗୁପ୍ତେଶ୍ଵର ପାଣ୍ଡେ ବିହାର ବିଧାନସଭା ନିର୍ବାଚନ ୨୦୨୦ ପୂର୍ବରୁ ସ୍ଵେଚ୍ଛାକୃତ ଭାବେ ଅବସର ନେଇ ଜେଡିୟୁରେ ସାମିଲ ହୋଇଥିଲେ। ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପସ୍ଥିତିରେ ଜେଡିୟୁ ସଦସ୍ୟତା ହାସଲ କରିଥିଲେ। ଚଳିତ ଥର ସେ ବିଧାନସଭା ପ୍ରାର୍ଥୀ ହେବା ପାଇଁ ଅବସର ପୂର୍ବରୁ ଚାକିରିରୁ ଅବସର ନେଇଥିବା ଚାରିଆଡେ ଚର୍ଚ୍ଚା ହେଉଥିଲା। ମାତ୍ର ଏବେ ସବୁ କଳ୍ପନା ଜଳ୍ପନାର ଅଃନ୍ତ ଘଟିଛି। ଚଳିତଥର ଜେଡିୟୁରୁ ଟିକଟ ପାଇଁ ଆଶାୟୀ ଥିବା ପାଣ୍ଡେଙ୍କୁ ଦଳ ଟିକଟ ଦେଇନାହିଁ। ଯାହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଯାହା ଦ୍ବାରା ଗୁପ୍ତେଶ୍ଵର ପାଣ୍ଡେଙ୍କ ସମର୍ଥକମାନେ ନିରାସ ହୋଇଛନ୍ତି। ସମର୍ଥକମାନଙ୍କୁ ଭାବପ୍ରବଣ ନହୋଇ ଦଳ କେମିତି ବିଜୟୀ ହେବ ସେ ନେଇ ପ୍ରସ୍ତୁତ ରହିବା ପାଇଁ ପାଣ୍ଡେ ପରାମର୍ଶ ଦେଇଛନ୍ତି। ବିହାରର ବକ୍ସର ବିଧାନସଭା ଆସନରୁ ଗୁପ୍ତେଶ୍ୱର ପ୍ରାର୍ଥୀ ହେବା ନେଇ ସମ୍ଭାବନା ଥିଲା। ମାତ୍ର ଏହି ଆସନ ଭାରତୀୟ ଜନତା ପାର୍ଟି(ବିଜେପି) ହାତରେ ରହିଥିଲା। ତେବେ ଏହି ଆସନରୁ ଦଳ ବିଜେପି ନେତା ପର୍ଶୁରାମ ଚତୁର୍ବେଦୀଙ୍କୁ ପ୍ରାର୍ଥୀ କରିଛି।

Comments are closed.