ଘର ତାଲାଭାଙ୍ଗି ଲୁଟିନେଲେ ସୁନା ଓ ଟଙ୍କା

ଗୁଣପୁର: ସ୍ଥାନୀୟ ବାଇପାସ୍‍ ନିକଟସ୍ଥ ଗଣେଶନଗରରେ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଘରେ କେହି ନଥିବାବେଳେ ଦୃବୃର୍ତ୍ତମାନେ ଚାବି ଭାଙ୍ଗି ସୁନା, ଟଙ୍କା ଓ ଆସବାବପତ୍ର ଲୁଟି ନେଇଛନ୍ତି । ଗତ ୩ଦିନ ତଳେ ଅବସରପ୍ରାପ୍ତ କର୍ମଚାରୀ କମଳଲୋଚନ ବାଉରୀଙ୍କ ସ୍ୱାସ୍ଥ୍ୟଖରାପ ଥିବାରୁ ସେ ଓ ତାଙ୍କ ପରିବାରବର୍ଗ ଭୂବନେଶ୍ୱର ଯାଇଥିଲେ । ଆଜି ସକାଳେ ଉକ୍ତ ଘରକୁ ଖିର ଦେବାପାଇଁ ଜଣେ ମହିଳା ଯିବା ସମୟରେ କବାଟ ଖୋଲା ହୋଇଥିବାବେଳେ ଘରେ କେହିନଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏନେଇ ପଡୋଶୀ ଘର ଲୋକଙ୍କୁ ସୂଚନା ଦେବାପରେ ଏ ସମ୍ପର୍କରେ ଘରର ମାଲିକ କମଳଲୋଚନଙ୍କୁ ଅବଗତ କରିଥିଲେ।

 

ଏହି ସୂଚନା ପାଇ ଭୂବନେଶ୍ୱରରେ ଥିବା କମଲୋଚନ ତାଙ୍କ ସମ୍ପର୍କିୟଙ୍କ ଏସମ୍ପର୍କରେ ଅବଗତ କରିବାପରେ ଘରକୁ ଆସି ଦେଖିବାବେଳେ ୭ତୋଳା ସୁନା, ୧୭ହଜାରଟଙ୍କା ଓ ଆସବାବାପତ୍ର ଦୁବୃର୍ତ୍ତମାନେ ଲୁଟି ନେଇଥିବା ଜଣାପଡିଥିଲା। ଏନେଇ ସ୍ଥାନୀୟ ଆଦର୍ଶ ଥାନାରେ ଏକ ଏତଲା ପ୍ରଦାନ କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଛି। ଆଜି ପ୍ରାଥମିକ ତଦନ୍ତବେଳେ ଅନୁସନ୍ଧାନୀ କୁକୁର ଧରି ତଦନ୍ତଜାରୀ ରଖିଥିବା ଏସଆଇ ସୁଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି।

Comments are closed.