ଦୁଇ ବାଇକ ମୁହାଁମୁହିଁ ଧକ୍କା : ଜଣେ ମୃତ, ଦୁଇ ଗୁରୁତର

ଗୁଣପୁର: ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁଣପୁର ଥାନା ଅନ୍ତର୍ଗତ ମାଛଖୁଣ୍ଟି ଠାରେ ଘଟିଛି ଏହି ଦୁର୍ଘଟଣା । ଦୁଇ ବାଇକ ଆରୋହୀ ଘରକୁ ଫେରୁ ଥିବା ସମୟରେ ବିପରିତ ପଟୁ ଆସୁଥିବା ଆଉ ଏକ ବାଇକ୍ ଆରୋହୀଙ୍କ ମଧ୍ୟରେ ଧକ୍କା ହୋଇ ଜଣେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି। ମୃତବ୍ୟକ୍ତି ଜଣକ ହେଲେ ହାଡୁଗୁଡ଼ା ଗ୍ରାମର ବଞ୍ଜନ ଶବର। ଦୁଇ ଜଣ ଗୁରୁତରଙ୍କୁ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେପୋଲିସ ତଦନ୍ତ ଆରମ୍ଭ କରିଛି।

Comments are closed.