ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଜଣେ ଗିରଫ

ଗୁଣୁପୁର: ଘରେ ରଖିଥିଲେ ଦେଶୀ ବନ୍ଧୁକ।ରାୟଗଡା ଜିଲା ଗୁଣୁପୁର ରମାନଗୁଡା ପାର୍ଲାନଗର ଅଞ୍ଚଳରେ ବାଲିମ ମାଣ୍ଡଙ୍ଗୀ ନାମକ ଜଣେ ବ୍ୟକ୍ତି ନିଜ ଘରେ ବେଆଇନ ଭାବେ ଦେଶୀ ବନ୍ଧୁକ ରଖିଥିଲେ। ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ଅଚାନକ ବାଲିମ୍ଙ୍କ ଘରେ ଚଢ଼ାଉ କରିଥିଲା। ପୁଲିସ ଚଢ଼ାଉ ସମୟରେ ତାଙ୍କ ଘରୁ ଏକ ଦେଶୀ ବନ୍ଧୁକ ମିଳିଥିଲା। ପୁଲିସ ତାଙ୍କ ଘରୁ ମିଳିଥିବା ଦେଶୀ ବନ୍ଧୁକକୁ ଜବତ କରିଥିଲା।
ଆଜି ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଅଭିଯୋଗରେ ବାଲିମ ମାଣ୍ଡଙ୍ଗୀଙ୍କୁ ପୁଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ଶିକାର କିମ୍ବା ଅପରାଧମୂଳକ କାଣ୍ଡ ଭିଏଇବା ପାଇଁ ଘରେ ଦେଶୀ ବନ୍ଧୁକ ରଖିଥିବା ପୁଲିସ ସନ୍ଦେହ କରୁଥିବା ଜଣାପଡ଼ିଛି।