ପଲସରରେ ଆସି ଲୁଟି ନେଲେ ୩ କେଜି ସୁନା

ଗୁଣପୁର: ଗୁଣପୁରର ହଳଦିଆ ନାଳ ନିକଟସ୍ଥ ଏକ ଗହଣା ଦୋକାନ ସାମ୍ନାରୁ ବଡ଼ ଧରଣର ଲୁଟ୍‌ ହୋଇଛି । ଲୁଟେରା ମାନେ ପଲସରରେ ଆସି ଗହଣା ଦୋକାନ ସାମ୍ନାରୁ ୩ କେଜି ସୁନା ସହ ୨ ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ କରିଛନ୍ତି ଦୋକାନୀ ଜଣକ । ଅଭିଯୋଗ ଅନୁଯାୟୀ ବ୍ୟକ୍ତି ଜଣକ ଦୋକାନ ଖୋଲିବାକୁ ଚାବି ଆଣିବାକୁ ଯିବାବେଳେ ଦୁର୍ବୃତ୍ତ ମାନେ ଲୁଟ୍‌ କରିଛନ୍ତି । ବ୍ୟବସାୟୀ ଜଣକ ଏକ ବ୍ୟାଗରେ ଟଙ୍କା ଆଉ ସୁନା ଆଣିଥିଲେ । ନିକଟରେ ତାଙ୍କର ଆଉ ଏକ ଦୋକାନ ଥିବାରୁ ସେଠାକୁ ଚାବି ଆଣିବାକୁ ଯାଇଥିଲେ । ଏହାର ସୁଯୋଗ ନେଇ ଲୁଟେରା ମାନେ ସୁନା ଓ ଟଙ୍କା ଭର୍ତ୍ତି ବ୍ୟାଗ ଧରି ଚମ୍ପଟ ମାରିଥିଲେ । ଏନେଇ ଥାନାରେ ଅଭିଯୋଗ ହେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତନାଘନା କରୁଛି ।

Comments are closed.