ଜନନୀ ଯନ୍ତ୍ରଣା: ରାସ୍ତା ନଥିବାରୁ ରୋଗୀଙ୍କୁ ଖଟିଆରେ ବୋହି ଆଣିଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର

ଗୁଣୁପୁର: ପୁଣି ଥରେ ଜନନୀ ଯନ୍ତ୍ରଣା। ଏଭଳି ଦେଖିବାକୁ ଦୁଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲା ଗୁଡାରି ବ୍ଲକ ଦୁର୍ଗମ ବୁରୁଡ଼ି ଅଞ୍ଚଳରୁ। ଗାଁକୁ ରାସ୍ତା ମୋବାଇଲ ଟାବାର ନଥିବାରୁ ଅସୁବିଧାରେ ଖଟିଆରେ ବୋହି ଆଣିଲେ ଆମ୍ବୁଲାନ୍ସ କର୍ମଚାରୀ। ଗୁଡାରି ବ୍ଲକର ଦୁର୍ଗମ ବୁରୁଡ଼ି ଗ୍ରାମରେ ରାସ୍ତା ନାହିଁ। ଆଜି ଗ୍ରାମର ଦୁଇ ଜଣ ମହିଳାଙ୍କୁ ଚିକିତ୍ସା ସେବା ପାଇଁ ଖଟିଆରେ ଅଣାଯାଇଛି। ପ୍ରଥମେ ପ୍ରସୂତି ମହିଳା ଜଣକ ଫୋନ କରିବା ପରେ ସକାଳ ୯ଟା ପୂର୍ବରୁ ଗ୍ରାମ ମୁଣ୍ଡକୁ ପହଁଞ୍ଚି ଥିଲା ଗୁଡାରି ୧୦୮ ଆମ୍ବୁଲାନ୍ସ। ଏହାପରେ ଗୁଡାରି ମେଡିକାଲ ଯିବାରାସ୍ତାରେ ତାଙ୍କର ପ୍ରସବ ହୋଇଥିଲା।

ସୂଚନା ଅନୁସାରେ ମହିଳା ଗ୍ରାମର ମହିଳା ଜଣକ ହେଲେ କୁମୁଟି ମାଝୀ ସ୍ୱାମୀ ମଙ୍ଗେସା ମାଝୀ ସ୍ତ୍ରୀଙ୍କ ପ୍ରସବ ବେଦନା ହେବାରୁ ଘାଟି ଉପରକୁ ଯାଇ ଫୋନ କରିଥିଲେ ୧୦୮ ଆମ୍ବୁଲାନ୍ସକୁ। ଗୁଡାରି ୧୦୮ ଜନନୀ ଆମ୍ବୁଲାନ୍ସ ଡ୍ରାଇଭର ଡଙ୍ଗାଟି ସୁରେଶ ଆମ୍ବୁଲାନ୍ସ ଧରି ଗାଁ କୁ ଯିବା ବାଟରେ ସାନ ନଦୀ ପଡୁଥିବାରୁ ରାସ୍ତା କଡରେରେ ଗାଡ଼ି ରଖି ସେ ନିଜେ ଗାଁକୁ ଯାଇ ଲୋକଙ୍କ ସହାୟତାରେ କାନ୍ଧରେ ବୋହି ନଦୀ ପାର କରିଥିଲେ। ଏହାପରେ ଗୁଡାରି ମେଡିକାଲ ନେବା ଅଧାବାଟରେ ପ୍ରସୂତି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ମେଡିକାଲ ପହଞ୍ଚିବାପରେ ଗୁଡାରି ଡାକ୍ତରଙ୍କୁ ହସ୍ତାନ୍ତର କରିଥିଲେ। ଉଭୟ ମା ଓ ପୁଅ ସୁସ୍ଥ ଥିବା ଗୁଡାରି ମେଡିକାଲ ଭାରପ୍ରାପ୍ତ ଡାକ୍ତର ସୂଚନା ଦେଇଛନ୍ତି।
ସେହିପରି ଦିନ ୨ଟା ସମୟରେ ସେହି ବୁରୁଡ଼ି ଗ୍ରାମର ମହିଳା ପ୍ରେମୀ ମାଝୀଙ୍କୁ ଦେହ ଅସୁସ୍ଥ ହୋଇଥିଲା। ତାଙ୍କ ସ୍ବାମୀ ପୁଣି ୧୦୭କୁ ଫୋନ କରି ଡାକିଥିଲେ। ଫଳରେ ଏଥର କେନ୍ଦୁଗୁଡା ମେଡିକାଲର ୧୦୮ କର୍ମଚାରୀ ପୁଣି ସେହି ନଦୀ ପାଖରେ ଗାଡି ରଖି ଗାଁ ମୁଣ୍ଡକୁ ଯାଇଥିଲେ।ଆଉ ପ୍ରେମୀ ମାଝୀଙ୍କୁ ଖଟିଆରେ ବୋହି ଆଣିଥିଲେ। ଆମ୍ବୁଲାନ୍ସ ଡ୍ରାଇଭର ଓ କର୍ମଚାରୀଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।

Comments are closed.