ବିଜେଡିକୁ ଫେରିଲେ ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ

ଗୁଣୁପୁର: ବିଜେଡିକୁ ଫେରିଲେ ପୁର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ। ଏ ନେଇ ରାଜନୈାତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ୨୦୧୪ ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ୍ ପାଇ ବିଧାୟକ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ତ୍ରିନାଥ ଗମାଙ୍ଗ ଟିକଟ ପାଇିଁ ଆଶାୟି ଥିଲେ କିନ୍ତୁୁ ତାଙ୍କୁ ବିଜେଡି ଟିକେଟ୍ ମିଳିନଥିଲା। ଏହାପରେ ସେ କିଛି ସମର୍ଥକଙ୍କୁ ନେଇ ସେ ସ୍ବାଧିନ ପାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହାପରେ ଦଳ ବିରୋଧି କାମ କରୁଥିବା ହେତୁ ଦଳରୁ ତ୍ରିନାଥ ଗମାଙ୍ଗଙ୍କୁ ବହିଷ୍କାର କରାଯାଇଥିଲା। ସେହି ନିର୍ବାଚନରେ ସେ ସ୍ବାଧିନ ପାର୍ଥୀ ହାଣ୍ଡି ଚିହ୍ନରେ ପ୍ରତିଦ୍ବନ୍ଦିତା କରିଥିଲେ। ନିର୍ବାଚନରେ ପରାଜିତ ହୋଇଥିଲେ। ସେହି ଦିନ ଠାରୁ ସେ କୈାଣସି ଦଳରେ ସାମିଲ୍ ହୋଇନଥିଲେ। ଆଜି ବିଜେଡି ସୁପ୍ରିମୋ ତାଙ୍କୁ ପୁଣି ଦଳକୁ ଫେରାଇ ଆଣିଛନ୍ତି। ତ୍ରିନାଥ ଗମାଙ୍ଗ କହିଛନ୍ତି ସେ ଦଳରେ ରହିଥିଲେ, ପୁଣି ଦଳକୁ ଫେରିଲେ।

Comments are closed.