ଅଜଣା ଜନ୍ତୁ ଆକ୍ରମଣରେ ୨୦ଟି ଛେଳି ଛୁଆ ମୃତ୍ୟୁ

ଗୁଣପୁର:  ଅଜଣା ଜନ୍ତୁ ଆକ୍ରମଣରେ ୨୦ଛେଳି ଛୁଆର ମୃତ୍ୟୁ। ଏପରି ଅଭାିବନିୟ ଘଟଣା ଘଟିଛି ରାୟଗଡା ଜିଲା ପଦ୍ମପୁର ବ୍ଲକ ଇନ୍ଦିରାନଗର ସାହି ନିକଟରେ ଥିବା ଗୁହାଳରେ। ଆଜି ସକାଳୁ ଛେଳି ମାଲିକ ଲିଆରି ଗୌଡଙ୍କ ନିଜ ଗୁହାଳରୁ ୨୦ଟି ଛେଳି ଛୁଆଙ୍କ ମୃତ୍ୟୁ ଦେଖିବାପରେ  ଭାଙ୍ଗିପଡିଥିଲେ।  ଗତ କାଲି ସନ୍ଧ୍ୟାରେ ସବୁ ଛେଳି ଗୁହାଳରେ ରଖିଥିଲେ ହେଲେ ସକାଳୁ ଏପରି ହେବବୋଲି ଭାବିନଥିଲେ। ସମସ୍ତ ଛେଳି ଛୁଆଙ୍କ ବେକ ମୋଡା ହୋଇ ରକ୍ତ ବାହାରିଛି ଏବଂ ପେଟରେମାଡ ହୋଇଥିବା ଦେଖିବାକୁ ମିଳିଛି। ତେବେ ଏହା କୌଣସି ପଶୁଙ୍କ ଆକ୍ରମଣ ହୋଇଥିବ ବୋଲି ଜଣାପଡିଛି।

Comments are closed.