ଗୋପବନ୍ଧୁ ଜୟନ୍ତୀ ପାଳିତ

ଗୁଣପୁର : ଗୁଣପୁର ଓ ଏହାର ଆଖପାଖ ଅଞ୍ଚଳରେ ପୁଣାତ୍ମା ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ଶତାୟୁ ହାଇସ୍କୁଲ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ ସହ ତାଙ୍କ ତ୍ୟାଗଭୁତ ଜୀବନୀ ସମ୍ପର୍କର ବକ୍ତାମାନେ ମତ ରଖିଥିଲେ। ୧୯୯୫ ମସିହା ପୁରାତନ ବିଦ୍ୟାର୍ଥୀ ସମ୍ମିଳନୀ ଓ ଗୁଣପୁର ଫାଉଣ୍ଡେସନ ଆନୁକୁଲ୍ୟାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିଲେ କୃଷ୍ଣଚରଣ ଦାସମହାନ୍ତି, ଅନୀଲ ସାହୁକାର, କୌଳାସ ମହାନ୍ତି, ରଞ୍ଜିତ ପାଢୀ, ଶ୍ରୀନୁ ବାଉରୀ, ଏମ.ଯୁଗାନ୍ଧର, କଲ୍ୟାଣ କୋରା, ଶିବ ପୂଜାରୀ , ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶଶାଙ୍କ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.