ବନ୍ଧୁକ ଓ ଧନୁତୀର ଜବତ, ତିନିକୋଶିଆ ଜଙ୍ଗଲରୁ ଶିକାରୀ ଗିରଫ

ନୀଳଗିରି: ବାଲେଶ୍ୱର ଜିଲା; ନୀଳଗିରି ଫରେଷ୍ଟ ରେଞ୍ଜ ଅଧୀନ ତିନିକୋଶିଆ ଜଙ୍ଗଲରୁ ଜଣେ ଶିକାରୀକୁ ସ୍ଥାନୀୟ ବନବିଭାଗ ଗିରଫ କରିଛି। ନୀଳଗିରି ପୁଲିସ ସର୍କଲ ଅଧୀନ ତଥା ବରହମପୁର ଥାନା କୁଞ୍ଚିବଣିଆ ଗାଁର ରୁହ୍ୟା ସିଂ (୬୩) ନାମକ ଜଣେ ଶିକାରୀ ନିକଟସ୍ଥ ତିନିକୋଶିଆ ଜଙ୍ଗଲକୁ ଜନ୍ତୁ ଶିକାର ଉଦେଶ୍ୟରେ ପଶିଥିଲେ। ଏ ସମ୍ପର୍କରେ ସୁରାକ ପାଇ ନୀଳଗିରି ରେଞ୍ଜର ମନୱାର ଖାଁଙ୍କ ନିର୍ଦେଶରେ ବନକର୍ମଚାରୀମାନେ ଜଙ୍ଗଲର ଚାରିପଟୁ ଘେରାଉ କରି ଦେଇଥିଲେ।

ଘଟଣାସ୍ଥଳରୁ ଶିକାରୀ ରୁହ୍ୟାକୁ କାବୁ କରାଯାଇ ତା’ଠାରୁ ଗୋଟିଏ ଦେଶୀ ବନ୍ଧୁକ ଓ ଧନୁତୀର ଜବତ କରାଯାଇଛି। ଏହି ଚଢ଼ଉରେ ସଜନାଗଡ଼ ଫରେଷ୍ଟର ଶ୍ରୀଧର ଲେଙ୍କା, ଗାର୍ଡ଼ ଜୟଦେବ ମଲିକ, ଲାଲମୋହନ ସିଂ, ନାଥ ସିଂ, ପ୍ରଭାକର ପ୍ରଧାନ, ଗଣେଶ ପାତ୍ର ପ୍ରମୁଖ ସାମିଲ ଥିଲେ। ବୁଧବାର ସନ୍ଧ୍ୟାରେ ଏନେଇ ବନବିଭାଗ ପକ୍ଷରୁ ତନାଘନା ଚାଲିଛି।

Comments are closed.