ଜଙ୍ଗଲରେ ନିଆଁ ଲଗାଇ ଜଣେ ଗିରଫ

ଗୁଣପୁର,:ପୋଡ଼ୁ ଚାଷ ନିମନ୍ତେ ଜଙ୍ଗଲରେ ନିଆଁ ଲଗାଇବା ଅଭିଯୋଗରେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ବନ ବିଭାଗ। ଖବର ନେବାରୁ ଜଣାପଡିଛିଯେ ରାମନାଗୁଡା ବ୍ଲକ ପେଣେକାମ ପଞ୍ଚାୟତ ଅନ୍ତର୍ଗତ ସିରିଗୁଡା ଗ୍ରାମର ପାଟିକା ତୁଡୁକୁ (୫୪) ନାମକ ବ୍ୟକ୍ତି ଡୁମୁରି ସଂରକ୍ଷିତ ଜଙ୍ଗଲରେ ନିଆଲଗାଇ ଜଙ୍ଗଲ ସଫା କରୁଥିବା ବେଳେ ବନବିଭାଗ ହାତରେ ଧରାପଡିଛି। ପୋଡ଼ୁ ଚାଷ ନିମନ୍ତେ କ୍ଷେତ୍ର ସଫାକରିବା ପାଇଁ ଆଜି ନିଆଲଗାଇ ଥିଲା ଉକ୍ତବ୍ୟକ୍ତି। ତେବେ ରାମନାଗୁଡା ବନ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଧରାପଡିଥିଲା।

ଗୁଣପୁର ରେଞ୍ଜର ରଞ୍ଜନ କୁମାର ନାୟକଙ୍କ ନିର୍ଦେଶ କ୍ରମେ ବନପାଳ ଏନ.କେ ଗମାଙ୍ଗ, ପି .କେ.ଜେନା, ଇ ସୋମେଶ୍ୱର ରାଓ, ରାଣୀତ ମହାରଣା,ଏବଂ ଜୟ ଶବର ପ୍ରମୁଖ ଚଢ଼ାଉ କରି ଉକ୍ତ ବ୍ୟକ୍ତିକୁ ଗିରଫ କରିଥିଲେ। ଏ ନେଇ ଏକ ମାମଲା ରୁଜୁ କରାଯାଇ ପାତିକା ତୁଡୁକୁକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Comments are closed.