ପଥର ଖାଦାନରେ ବିସ୍ଫୋରଣ: ୩ ମୃତ, ୬ ଆହତ

ଗୁଣୁପୁର:ରାୟଗଡ଼ା ଜିଲାର ଗୁଣୁପୁର ଅନ୍ତର୍ଗତ ଓକିଲ୍‌ଗୁଡ଼ାରେ ପଥର ଖାଦାନରେ ବିସ୍ଫୋରଣ ଘଟି ୩ଜଣ ମୃତ୍ୟୁ ହୋଇଥିବାବେଳେ ୬ଜଣ ଆହତ ହୋଇଛନ୍ତି। ୩ଜଣ ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଶ୍ରମିକ ଥିବାବେଳେ ଜଣେ ପୁରୁଷ ଶ୍ରମିକ ରହିଛନ୍ତି। ପଥର ଖାଦାନରେ କ’ଣ ପାଇଁ ବିସ୍ଫୋରଣ ଘଟିଲା ତା’ର କାରଣ ଅସ୍ପଷ୍ଟ ରହିଛି। ତେବେ ପଥର ଫଟାଇବାବେଳେ ବିସ୍ଫୋରଣ ଘଟିଥିବ ଅନୁମାନ କରାଯାଉଛି। ବିସ୍ଫୋରଣ ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି।

Comments are closed.