ଉତ୍ସବ ଦେଖିବାକୁ ଯାଉଥିବା ବେଳେ ଦୁର୍ଘଟଣା; ଚାଲିଗଲା ୨ ଜୀବନ

ଗୁଣପୁର: ରାୟଗଡା ଜିଲ୍ଲା ରାମାନଗୁଡା ବ୍ଳକ ପଣସଗୁଡା ଗ୍ରାମ ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଫଳରେ ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ପଣସଗୁଡା ଗ୍ରାମରେ ଠାକୁରାଣୀ ପର୍ବ ହେଉଥିବାରୁ ଏହି ଉତ୍ସବ ଦେଖିବାକୁ ବାଘଶଳା ପଞ୍ଚାୟତର ମୁକୁଡି ପଦର ଗ୍ରାମର କୁମାର ଶବର ଓ ରଞ୍ଜିତ ଶବର ବାଇକ ଯୋଗେ ବିଳମ୍ବିତ ରାତିରେ ଯାଉଥିଲେ। ତେବେ ଏହି ଦୁଇଜଣ ଯୁବକ ପଣସଗୁଡା ଗ୍ରାମ ଧାନ ମିଲ ନିକଟରେ ଥିବା ଏକ ଗଛରେ ଭାରସାମ୍ୟ ହରାଇ ପିଟିହୋଇ ରାସ୍ତା କଡ଼ରେ ଥିବା ଗର୍ତ୍ତରେ ପଡି ଯାଇଥିଲେ। ରବିବାର ସକାଳୁ ଗ୍ରାମବାସୀମାନେ ଦେଖି ଆମ୍ବୁଲାନ୍ସକୁ ଡାକିଥିଲେ। ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବାରୁ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଥିବା ବେଳେ ଗୁଣୁପୁର ପୁଲିସ ଘଟଣାର ତଦନ୍ତ କରୁଛି। ମୁକୁଡିପଦର ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

Comments are closed.