କେନିଆ ହୋଟେଲରେ ଆତଙ୍କବାଦୀ ଆକ୍ରମଣ

0

ନାଇରୋବି : କେନିଆ ରାଜଧାନୀ ନାଇରୋବିର ହୋଟେଲ ଦୁସିତ୍‌ରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ବାସ୍ତବ ମୃତାହତ ସଂଖ୍ୟା ଓ କ୍ଷତି ଜଣାପଡ଼ି ନାହିଁ। ସୋମାଲି ଇସଲାମିକ୍‌ ଆତଙ୍କବାଦୀ ସଂଗଠନ ଅଲ୍‌ ସବାବ ଏହି ଆକ୍ରମଣ କରିଥିବା ଘୋଷଣା କରିଛି। ହୋଟେଲ ପରିସରରେ ଗୁଳି ଫୁଟିବା ସହ ବିସ୍ଫୋରଣ ଶବ୍ଦ ହେବାରେ ଲୋକେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ। ଏଥିରେ ଅନ୍ୟୁନ ୧୦ଲୋକ ଆହତ ହୋଇଥିବା ଜଣାପଡ଼ିଛି।

Leave A Reply