ଗୁଣିଗାରେଡି ସମ୍ବନ୍ଧୀୟ ସଚେତନତା ଅଭିଯାନ

ପାଟଣା : ଢେଙ୍କିକୋଟ ନିକଟସ୍ଥ ଖଣ୍ଟଘର ପଞ୍ଚାୟତ କାଶିବେଡା ଗ୍ରାମରେ ଭାରତ ସରକାରଙ୍କ ଅଧିନସ୍ଥ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସହାୟତାରେ ଶକ୍ତି ସଂଗଠନ ପକ୍ଷରୁ ରବିବାର ଏକ ଗୁଣିଗାରେଡି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁଣିଗାରେଡି, ଚିରୁଗୁଣି, ଡାହାଣୀ ଓ ଡାହାଣୀ ସନ୍ଦେହ ଇତ୍ୟାଦି ଘଟଣା ଏବେବି ଅବ୍ୟାହତ ଥିବାରୁ ଏହାର ମୂଳୋତ୍ପାଟନ ଶିକ୍ଷା ନେଇ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଶକ୍ତି ସଂଗଠନର ସଂପାଦକ ଦୁର୍ଗେଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡାହାଣୀ , ଚିରଗୁଣି ଇତ୍ୟାଦି ଅନ୍ଧବିଶ୍ୱାସ ରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ । ଗୁଣିଗାରେଡି ସମ୍ବନ୍ଧୀୟ ସଚେତନତା ପାଲା ଅଞ୍ଜନା ବେହେରା ଓ ତାଙ୍କ ସାଥି ପରିବେଷଣ କରିଥିଲେ । କାଶିବେଡା ପାଲା ମଣ୍ଡପରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମକୁ ଗ୍ରାମବାସୀ ଉପଭୋଗ କରିଥିବା ବେଳେ ପର୍ୟ୍ୟାୟ କ୍ରମେ ଘଟଗାଁ ବ୍ଲକର ସମସ୍ତ ପଞ୍ଚାୟତରେ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।

Comments are closed.