ପାକିସ୍ତାନରେ ମୋବାଇଲଠାରୁ ବନ୍ଧୁକ ଶସ୍ତା ; ମାତ୍ର ୭ ହଜାର ଟଙ୍କାରେ ମେସିନ୍ ଗନ୍

କରାଚୀ: ପାକିସ୍ତାନ ଆର୍ଥିକ ସ୍ଥିତି ଅତ୍ୟନ୍ତ ଗମ୍ଭୀର । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ଏପରି ସ୍ଥିତିରେ ପାକିସ୍ତାନର କୁଟୀର ଶିଳ୍ପ ପାଲଟିଥିବା ବନ୍ଧୁକ କାରଖାନାଗୁଡ଼ିକର ସ୍ଥିତି ଆହୁରି ଗୁରୁତର । ପାକିସ୍ତାନରେ ଏବେ ସ୍ମାର୍ଟ ଫୋନ୍ ଦାମ୍ ଠାରୁ କମ୍ ଦାମରେ ବନ୍ଧୁକ ବିକ୍ରି ହେଉଛି ।

ସମ୍ବାଦପତ୍ର ‘ଡ଼ନ୍’ରେ ପ୍ରକାଶିତ ଏକ ଖବର ଅନୁସାରେ ପାକିସ୍ତାନରେ ବନ୍ଧୁକ ରଖିବା ଅତି ସାଧାରଣ କଥା । ଜାଲ ଡ଼ିଗ୍ରୀ ସାର୍ଟିଫିକେଟ୍ ବିକ୍ରି, କାର୍ ଚୋରିକୁ ସାଧାରଣ ଅପରାଧ ବୋଲି ଗଣାଯାଉଛି । ଏହି ସ୍ଥିତିରେ ପାକିସ୍ତାନ ଗଳିକନ୍ଦିରେ ବନ୍ଧୁକ ଦୋକାନ ଓ ବନ୍ଧୁକ କାରଖାନା ଦେଖିବାକୁ ମିଳେ । ଏହା ଉପରେ ମଧ୍ୟ କାହାରି ନିୟନ୍ତ୍ରଣ ନାହିଁ । ନୱାଜ ସରିଫ ପ୍ରଧାନମନ୍ତ୍ରୀ ଥିବାବେଳେ ବନ୍ଧୁକ ନିର୍ମାଣ ଓ କାରବାର ଉପରେ କିଛିଟା କଟକଣା ଥିଲା, ମାତ୍ର ଏବେ ତାହା ନାହିଁ ବୋଲି କହିଛନ୍ତି ଖାତିବ୍ ଗୁଲ୍ ନାମକ ଜଣେ ବନ୍ଧୁକ ବ୍ୟବସାୟୀ ।

ତୁର୍କୀ ଓ ବୁଲଗେରିଆ ନିର୍ମିତ ଏମପି-୫ ମେସିନ୍ ଗନ୍ ତିଆରି କରେ ବୁଲ୍ । ଏହା ବିଶ୍ବର ବେଶ୍ ଲୋକପ୍ରିୟ ମେସିନଗନ୍
ଆମେରିକା ବଜାରରେ ଏହି ମେସିନ୍ ଗନ୍ ମୂଲ୍ୟ ୧ ହଜାର ଡ଼ଲାରରୁ ଅଧିକ । କିନ୍ତୁ ଗୁଲ୍ ବର୍ତମାନ ଏହି ଧରଣର ମେସିନ୍ ଗନ୍ ମାତ୍ର ୬୭ରୁ ୭୦ ଡ଼ଲାର ଅର୍ଥାତ୍ ପାକିସ୍ତାନୀ ଟଙ୍କାରେ ୭ ହଜାର ମୂଲ୍ୟରେ ବିକ୍ରି କରୁଛି । ଗୁଲ୍ କହିଛି ପାକିସ୍ତାନ ବନ୍ଧୁକ ନିର୍ମାତାମାନେ ବେଶ କୁଶଳୀ । ସେମାନେ ଯେ କୌଣସି ଦାମୀ ବନ୍ଧୁକର ଡ଼ୁପ୍ଲିକେଟ୍ କପି କରିବାକୁ ସକ୍ଷମ ।

ଗତ ୧୦ ବର୍ଷ ମଧ୍ୟରେ ଗୁଲ୍ ୧୦ହଜାର ବନ୍ଧୁକ ବିକ୍ରି କରିଥିବା ଦାବି କରିଛି । ଦାରା ହେଉଛି ପାକିସ୍ତାନର ଅବୈଧ ବନ୍ଧୁକ କାରବାରର ପେଣ୍ଠ । ପ୍ରତି ଦୁଇ ବା ତିନୋଟି ଦୋକାନ ପରେ ଭାରତରେ ଗ୍ରୋସୋରୀ ଦୋକାନ ପରି ସେଠାରେ ବନ୍ଧୁକ ବିକ୍ରି ହୋଇଥାଏ । ଭାରତରେ ଦୀପାବଳୀ ବେଳେ ବାଣ ବେପାରୀମାନେ ଖେଳନା ବନ୍ଧୁକ ବିକ୍ରି କରିବା ପରି ଦାରା ଅଞ୍ଚଳରେ ବନ୍ଧୁକନିର୍ମାଣକାରୀ (ଗନ୍ ସ୍ମିଥ୍)ସେମାନଙ୍କ ଦୋକାନ ଆଗରେ ଖୋଲାଖୋଲି ବନ୍ଧୁକ ବିକ୍ରି କରିଥାଆନ୍ତି ଓ ଗ୍ରାହକ ମୂଲାମୂଲି କରି ବନ୍ଧୁକ କିଣି ଥାଆନ୍ତି ।

Comments are closed.