‘ଭାଲେନଟାଇନ୍ସ ଡେ’ରେ ଦର୍ଶକଙ୍କ ମନକୁ ଛୁଇଁଲା ‘ଗଲି ବୟ’

ମୁମ୍ବଇ : ଶୁକ୍ରବାର ପ୍ରେମର ଦିନ ବା ‘ଭାଲେନଟାଇନ୍ସ ଡେ’ରେ ରିଲିଜ ହୋଇଛି ରଣବୀର ସିଂହ ଓ ଆଲିୟା ଭଟ୍ଟ ଅଭିନୀତ ଚଳଚ୍ଚିତ୍ର ‘ଗଲି ବୟ’। ତେବେ ପ୍ରଥମ ଦିନରେ ଏହା ଦର୍ଶକଙ୍କ ମନକୁ ଛୁଇଁଛି । ଏହାର କାହାଣୀ ବେଶ ଉତ୍ସାହଜନକ ଓ ମନୋରଞ୍ଜନରେ ଭରପୁର ବୋଲି ଦର୍ଶକ ମତ ଦେଇଛନ୍ତି । ଯୁବପିଢ଼ୀକୁ ଦୃଷ୍ଟିରେ ରଖି ଫିଲ୍ମର କାହାଣୀ ଲେଖାଯାଇଥିଲେ ମଧ୍ୟ ସବୁ ବର୍ଗର ଦର୍ଶକଙ୍କୁ ଏହା ଆକୃଷ୍ଟ କରିପାରିବ।
Related Posts