‘ଭାଲେନଟାଇନ୍ସ ଡେ’ରେ ମୁକ୍ତିଲାଭ କରିବ ‘ଗଲି ବୟ’

0

ମୁମ୍ବଇ : ରଣବୀର ସିଂହ ଓ ଆଲିୟା ଭଟ୍ଟ ଅଭିନୀତ ଚଳଚ୍ଚିତ୍ର ‘ଗଲି ବୟ’ ୧୪ ଫେବୃଆରୀ ‘ଭାଲେନଟାଇନ୍ସ ଡେ’ରେ ମୁକ୍ତିଲାଭ କରିବ। ଏହାର ଟ୍ରେଲର ଜାନୁଆରୀ ୦୯ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରରେ ନିର୍ଦେଶନାର ଭାର ସମ୍ଭାଳିଛନ୍ତି ଜୋୟା ଅଖ୍‍ତର୍‍। ଚଳଚ୍ଚିତ୍ର ‘ଗଲି ବୟ’ର ଟ୍ରେଲରରେ ରଣବୀର ସିଂହ ଗରିବରୁ ଧନୀ ହେଉଥିବା ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରରେ ଆଲିୟା ଭଟ୍ଟ ଓ କଲ୍‍କୀ କୋଚଲିନ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହାର କାହାଣୀ ମୁମ୍ବଇର ଗଳି ବା ସଡ଼କର ର‍୍ୟାପ୍ ଗାୟକଙ୍କ ଜୀବନ ଉପରେ ଆଧାରିତ।

Leave A Reply