ରାହୁଲ ନିଜ ପଦରୁ ଇସ୍ତଫା ଦିଅନ୍ତୁ : ଗୁଜୁରାଟ ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ରାଫେଲ ଚୁକ୍ତି ଦୁର୍ନୀତି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟର ରାୟ ପ୍ରକାଶ ପାଇବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀଙ୍କ ପାଇଁ ଅଡୁଆ ବଢିଛି । ଦେଶର ବିଭିନ୍ନ ସ୍ଥାନରେ ସାମ୍ବାଦିକ ସମ୍ମିଳନୀ କରି ରାହୁଳ ଗାନ୍ଧୀଙ୍କୁ ସମାଲୋଚନା କରୁଛି ବିଜେପି । ରାହୁଳ ନିଜ ପଦରୁ ଇସ୍ତଫା ଦିଅନ୍ତୁ । ମିଛ କହି ଦେଶବାସୀଙ୍କୁ ଭ୍ରମରେ ପକାଇ ଥିବାରୁ ଦେଶବାସୀ ଓ ସେନା ନିକଟରେ କ୍ଷମା ମାଗନ୍ତୁ ବୋଲି ସୋମବାର ଭୁବନେଶ୍ୱରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ କହିଛନ୍ତି ।

ଶ୍ରୀ ରୂପାଣୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଫେଲ ଚୁକ୍ତି ନେଇ ସର୍ବୋଚ୍ଚ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଲା ପରେ କ୍ଷୀର ଓ ପାଣି ଅଲଗା ହୋଇଯାଇଛି । ସତ୍ୟର ଜୟ ହୋଇଥିବା ବେଳେ ମିଥ୍ୟାର ପରାଜୟ ହୋଇଛି । ରାହୁଳ ଗାନ୍ଧୀ ଦେଶବାସୀଙ୍କୁ ମିଛ କହି ଭ୍ରମରେ ପକାଇଛନ୍ତି। ଦେଶର ସବୁ ଚୋର ଏକାଠି ହୋଇ ଚୌକିଦାରକୁ ଚୋର କହିଲେ । ଏହାକୁ ଦେଶବାସୀ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀ ରୂପାଣୀ କହିଛନ୍ତି।

ସୂଚନାଯୋଗ୍ୟ, ରାଫେଲ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଲା ପରେ ସୋମବାର ବିଜେପି ସାରା ଦେଶରେ ୭୦ଟି ଭିନ୍ନ ଭିନ୍ନ ଅଞ୍ଚଳରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ସମାଲୋଚନା କରିଛି । ଓଡ଼ିଶାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣିଙ୍କୁ ଏହି ଦାୟିତ୍ୱ ମିଳିଥିଲା ।

Leave A Reply