କଥା ହେଲେ ଧର୍ମେନ୍ଦ୍ର – ରୂପାନୀ: ଓଡ଼ିଆଙ୍କ ଉପଯୁକ୍ତ ଯତ୍ନ ନେବ ଗୁଜୁରାଟ

ସମାଜ ପୋର୍ଟାଲ ଡେସ୍କ: କରୋନା ମହାମାରୀ ସମୟରେ ଗୁଜୁରାଟରେ ଅନେକ ଓଡିଆ ଶ୍ରମିକ ଅଟକି ରହିଥିବା ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ସେ ଟ୍ୱିଟ କରିଛନ୍ତି ଯେ, ଗୁଜୁରାଟର ସୁରତ ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଓଡିଆ ଶ୍ରମିକମାନେ ଥିବା ଓ ଲକ୍ ଡାଉନ୍ ସମୟରେ ଅନେକ ସମସ୍ୟାର ସାମନା କରୁଥିବା ସମ୍ପର୍କରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ଅବଗତ କରାଇଛନ୍ତି। ରୂପାନୀ ଏହି ପ୍ରବାସୀ ଶ୍ରମିକମାନଙ୍କର ରହିବା, ଖାଇବା, ସାମାଜିକ ଦୂରତ୍ୱ ସହ ସ୍ୱାସ୍ଥ୍ୟ କଥା ଚିନ୍ତା କରିବା ନେଇ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିବା କହିଛନ୍ତି।

ସେହିପରି ଗୁଜୁରାଟରେ ଥିବା ଓଡିଆ ଶ୍ରମିକ ପ୍ରସଙ୍ଗରେ ଗୁଜୁରାଟ ସରକାରଙ୍କ ସହ ଓଡିଶା ସରକାର ଯୋଗସୂତ୍ର ରକ୍ଷା କରିଥିବା ସୂଚନା ଦେବା ସହ ଓଡିଆମାନଙ୍କର ଉପଯୁକ୍ତ ଯତ୍ନ ନେବା ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଆଶ୍ୱସ୍ତ କରିଥିବା ଧର୍ମେନ୍ଦ୍ର ଟ୍ୱିଟ କରିଛନ୍ତି।

Comments are closed.