ଅଶରୀରୀଙ୍କ ବାସସ୍ଥଳୀ ‘ସିଗ୍‌ନେଚର୍ ଫାର୍ମ’

ଗୁଜରାଟ : ଗୁଜରାଟର ଅହମ୍ମଦାବାଦସ୍ଥିତ ‘ସିଗ୍‌ନେଚର୍‌ ଫାର୍ମ’ ବାବଦରେ ପାଖଆଖର ଲୋକ ଭଲଭାବେ ଅବଗତ। କିଛି ବର୍ଷ ତଳେ ନିର୍ମିତ ହୋଇଥିବା ଏହି ଫାର୍ମରେ ଦିନବେଳା ଜନଗହଳି ଦେଖାଦିଏ। ସନ୍ଧ୍ୟା ପୂର୍ବରୁ କିନ୍ତୁ ସ୍ଥାନଟି ଜନଶୂନ୍ୟ ହୋଇଯାଏ। ସ୍ଥାନୀୟ ଲୋକଙ୍କ ମତରେ ଅଶରୀରୀଙ୍କ ଏଇ ବାସସ୍ଥଳୀଠାରୁ ଦୂରେଇ ରହିବା ଭଲ। ସେହି ଅଞ୍ଚଳକୁ ଦେଖିଲେ ମଧ୍ୟ କୌଣସି ଅସୁବିଧା ଥିବାର ଅନୁମାନ କରିହୁଏ। ଘରଗୁଡ଼ିକ ଭାଙ୍ଗିରୁଜି ଯାଇଥିବାବେ​‌େ​‌ଳ ପ୍ରତିମୂର୍ତ୍ତିଗୁଡ଼ିକ ମଧ୍ୟ ଭଗ୍ନ ଅବସ୍ଥାରେ ରହିଛି। କେହି ଲୋକ ସେସବୁ ଭାଙ୍ଗି ନଥିବାବେଳେ ଏହା ପଛର କାରଣ ଜଣାପଡ଼ିନାହିଁ। ନିକଟସ୍ଥ ସହରର ଲୋକଙ୍କ ମତରେ, ରାତିବେଳା ସେହି ସିଗ୍‌ନେଚର୍‌ ଫାର୍ମ ପାଖ ଦେଇ ଗଲାବେଳେ ଖୁବ୍ ଭୟ ଲାଗେ। ଆର୍ତ୍ତଚିତ୍କାର ସହ ଘୋଡ଼ାଙ୍କ ଦୌଡ଼ିବା ଶବ୍ଦ ଫାର୍ମ ଭିତରୁ ଆସେ। ଏହା ଉପରେ ଅଧିକ ବିଶ୍ଳେଷଣ ନିମନ୍ତେ ସ୍ଥାନୀୟ ଲୋକଙ୍କର କୌଣସି ଆଗ୍ରହ ନାହିଁ।

Comments are closed.